Odisha News: କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ୮୮ ତମ ଚଇତି ପର୍ବ ଆଜିଠାରୁ ଆରମ୍ଭ ହୋଇଛି।  ଆଜିଠାରୁ ଆରମ୍ଭ ହୋଇ ୭ ଦିନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଏ ଅବସରରେ  ଆଜି ହୋମ ଯଜ୍ଞ, ଚଣ୍ଡିପାଠ, ସତ୍ୟ ନାରାୟଣ ପୂଜା ସହ ମାଆଙ୍କ ନିତୀ ପୂଜା ମନ୍ଦିର ପରିସରରେ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଆଜି ପ୍ରଥମ ଦିନରେ ମାଆଙ୍କ ନିତୀ ପୂଜା ସହିତ ମାଙ୍କ ପୀଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଟିତ ହୋଇଛି । ଆଜି ସକାଳୁ ମା''ଙ୍କର ସ୍ନାନ କାର୍ଯ୍ୟ ସମାପନ କରାଯାଇ ସୁନାବେଶ କରାଯିବା ସହ ଯଥା ବିଧିରେ ପୂଜା ବିଧିରେ ସକାଳ ମଙ୍ଗଳ ଆଳତୀ କରାଯାଇଛି । ଚଇତି ପର୍ବରେ ମାଙ୍କ ସୁନା ବେଶ ଦର୍ଶନ କରାଯାଇଛି। ମାଆଙ୍କ ଏହି ସୁନା ବେଶ ଦେଖିବା ପାଇଁ ଦୂର ଦୁରାନ୍ତରୁ ଭକ୍ତମାନେ ଘଟଗାଁ ପିଠକୁ ଆସିଛନ୍ତି। ବ୍ୟାରିକେଟ ମଧ୍ୟରେ ଶୃଙ୍ଖଳିତ ଭାବେ ମାଆଙ୍କ ଅପୂର୍ବ ସୁନା ବେଶ ଦର୍ଶନ କରୁଛନ୍ତି ଭକ୍ତ । ମନ୍ଦିରରେ ଭକ୍ତ ମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ । ସେଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି।