ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
Plus two exam: ସେହିପରି ୧୯ ତାରିଖରେ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ସାହିତ୍ୟ ପରୀକ୍ଷା କରାଯିବ। ପ୍ରତି ଦିନ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ଶେଷ ହେବ। ଉଭୟ ରେଗୁରାଲ ଓ ଏକ୍ସ ରେଗୁରାଲ ପରୀକ୍ଷାର୍ଥୀ ସେମାନଙ୍କ ପାଇଁ ନିର୍ଦ୍ଧାରିତ ତାରିଖ ଅନୁସାରେ ପରୀକ୍ଷା ଦେବେ।
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫେବୃୟାରୀ ୧୮ତାରିଖରୁ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହା ମାର୍ଚ୍ଚ ୨୭ ତାରିଖ ଯାଏ ଚାଲିବ ବୋଲି ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ସୂଚନା ଅନୁସାରେ, ୧୮ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ ଆରମ୍ଭ ହେବ। ଜାନୁୟାରୀ ୨ରୁ ୧୨ ଯାଏଁ ପାକ୍ଟ୍ରିକାଲ ପରୀକ୍ଷା ହେବ। ବିଜ୍ଞାନରେ ପରୀକ୍ଷାର ପ୍ରଥମ ଦିନ ୧୮ ତାରିଖରେ ସାହିତ୍ୟ ପରୀକ୍ଷା ହେବ। ସେହିପରି ୧୯ ତାରିଖରେ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ସାହିତ୍ୟ ପରୀକ୍ଷା କରାଯିବ।
ପ୍ରତି ଦିନ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ଶେଷ ହେବ। ଉଭୟ ରେଗୁରାଲ ଓ ଏକ୍ସ ରେଗୁରାଲ ପରୀକ୍ଷାର୍ଥୀ ସେମାନଙ୍କ ପାଇଁ ନିର୍ଦ୍ଧାରିତ ତାରିଖ ଅନୁସାରେ ପରୀକ୍ଷା ଦେବେ।