Plus Two Result 2024: ଚଳିତ ମାସ ଫେବୃଆରୀ ୧୭ ତାରିଖରୁ ଯୁକ୍ତ ଦୁଇ କଳା  (Plus Two Arts) ଓ ବାଣିଜ୍ୟ ପରୀକ୍ଷା (Plus Two  Commerce Exam) ଆରମ୍ଭ ହୋଇଛି। ଏହି ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି । ଅନ୍ୟପଟେ, ଧନ୍ଦାମୂଳକରେ ବି ୫ ହଜାର ୭୯୨ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।  ଆସନ୍ତା ମାର୍ଚ୍ଚ ୨୦ରେ ପରୀକ୍ଷା ଶେଷ ହେବ ବୋଲି ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ତେବେ,ଏହାର ଦିନକ ପୂର୍ବରୁ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଛି ।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଉଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି, ଯେ ଚଳିତ ବର୍ଷର ଯୁକ୍ତ ଦୁଇ ରେଜଲ୍ଟ ଏଥର ଖୁବଶିଘ୍ର ପ୍ରକାଶ ପାଇବ ବୋଲି ସିଏଚଏସସି(CHSE) ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି।


 ସେ କହିଛନ୍ତି ଯେ, ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ ଖାତା ଦେଖା ଏବଂ ମେ ୧୫ ଭିତରେ ରେଜଲ୍ଟ ବାହାରିବ ବୋଲି ସୂଚନା ଦେଇଛନ୍ତି । ତେବେ, ଖାତାଦେଖାରେ ପାଖାପାଖି ୧୫ ହଜାର ଅଧ୍ୟାପକ ନିଯୁକ୍ତ ହେବେ। ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବା। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବୀତିୟ ପର୍ଯ୍ୟାୟ ଏପ୍ରିଲ୍ ୪ରୁ ଆରମ୍ଭ ହୋଇ ୧୫ ରେ ଶେଷ ହେବ। ଏବଂ ମେ ୧୫ ଭିତରେ ଅର୍ଥାତ୍ ଗୋଟିଏ ଦିନରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧୂନ୍ଦାମୂଳକ ରେଜଲ୍ଟ ବାହାରିବ।