Sambalpur Police Busted Interstate Pipe Racket: ଆନ୍ତଃ ରାଜ୍ୟ ପାଇପ ଚୋରଙ୍କୁ ଧରିଲା ସମ୍ବଲପୁର ପୋଲିସ। ଅଭିନବ ଉପାୟରେ କରୁଥିଲେ ଚୋରି। ସରକାରୀ ପାଇପ ଉପରେ କରୁଥିଲେ ହାତ ସଫା। ପ୍ରଥମେ ରେକି ଆଉ ତା'ପରେ ଆକ୍ସନ। ଏଭଳି ଏକ ୯ ଜଣିଆ ଆନ୍ତଃ ରାଜ୍ୟ ପାଇପ ଚୋରଙ୍କୁ ଧରିଛି ସମ୍ବଲପୁର ଜିଲ୍ଲା ପୋଲିସ ରାଜ୍ୟ ସରକାରଙ୍କ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗର ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହାର ହେଉଥିବା ଲୁହା ତିଆରି ପାଇପ ଚୋରି କରୁଥିବା ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ ସହ ଜଡ଼ିତ ୯ ଜଣ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ। 


COMMERCIAL BREAK
SCROLL TO CONTINUE READING

ଏନେଇ ସମ୍ବଲପୁର ଏସପି କାର୍ଯ୍ୟାଳୟରେ (Sambalpur SP Office) ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ମୁକେଶ ଭାମୁ (Sambalpur SP Mukesh Bhamoo) ଏ ସମ୍ପର୍କରେ ଜଣାଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ହୀରାକୁଦ ଥାନା (Hirakud Police Station) ଅନ୍ତର୍ଗତ ଲରପଙ୍କ ଅଞ୍ଚଳର ବାସୁଦେବ ଓରାମ ଏବଂ ଯଶୋବନ୍ତ ଭୋଇ, ସମ୍ବଲପୁର ଟାଉନ ଥାନା (Sambalpur Town Police Station) ଅଞ୍ଚଳର ବିକାଶ ଦାସ, ଭୁତାପଡା ମହମ୍ମଦ ଇମ୍ରାନ, କ୍ଷେତରାଜପୁର ଥାନା (Khetrajpur Police Station) ଅଞ୍ଚଳର ଫିରୋଜ ଖାଁନ, ପଶ୍ଚିମବଙ୍ଗ ହାୱାଡା (Howarh West Bengal) ଅଞ୍ଚଳର ଅମିତ ସାମନ୍ତ, କଟକ ଚୌଦ୍ୱାର (Chowdwar Cuttack) ଅଞ୍ଚଳର ସନ୍ଦୀପ ଅଗ୍ରୱାଲ, ଛତିଶଗଡ଼ ରାୟପୁର (Raipur Chhattisgarh) ଅଞ୍ଚଳର ସଞ୍ଜୀବ ପଣ୍ଡିତ ଏବଂ ରାୟପୁର ଅଞ୍ଚଳର ଅନୀଲ ପନସାରି। ମହମ୍ମଦ ଇମ୍ରାନ ଏହି ଆନ୍ତରାଜ୍ୟ ଗ୍ୟାଙ୍ଗ ଲିଡର ବୋଲି ଜଣାପଡିଛି। 



ସେମାନଙ୍କ ଠାରୁ ୨୫୦ ଏମଏମ ୩୧ ଡିଆଇ ପାଇପ (250 MM 31 Dia Pipe), ଏମପି-୦୬-ଜିଏ-୩୬୪୧ (MP-06-GA-3641) ନମ୍ବର ରହିଥିବା ଏକ ଟ୍ରକ, ଓଡି-୧୫-ପି୮୧୩୧ (OD-15-P-8131) ନମ୍ବର ରହିଥିବା ମାରୁତି ଏସ-ପ୍ରେଶୋ କାର (Maruti S Presso Car), ଓଡି-୦୫-ବିଏମ-୭୫୮୬ (OD-05-BM-7586) ନମ୍ବର ରହିଥିବା ମାରୁତି ବ୍ରିଜା କାର (Maruti Brezza Car), ୧୦ ମୋବାଇଲ ଏବଂ ନଗଦ ୮୭ ହଜାର ନଗଦ ଟଙ୍କା ଜବତ କରାଯାଇଛି। 



ରାଜ୍ୟ ସରକାରଙ୍କ (Odisha Govt) ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (Rural Water Supply and Sanitation) ବିଭାଗର (Odisha RWSS Department) ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହାର ହେଉଥିବା ପାଇପ ରଖା ଯାଉଥିବା ସ୍ଥାନକୁ ଠାବ କରିଥିଲା ଏହି ଗ୍ୟାଙ୍ଗ। ପ୍ରଥମେ ରେକି କରିବା ପରେ ଟ୍ରକ ଯୋଗେ ବାହାର ରାଜ୍ୟକୁ ଏହି ଚୋରା ଚାଲାଣ କରି ଏହାକୁ ବେଆଇନ ଭାବେ ବିକ୍ରି କରିବା ସହ ଟଙ୍କା ରୋଜଗାର କରୁଥିଲା। ଏପରିକି ଯେଉଁ ଟ୍ରକ ଯୋଗେ ଚୋରାଚାଲାଣ ହେଉଥିଲା ସେହି ଟ୍ରକ ଆଗରେ ଦୁଇଟି ବାଇକ ଏସ୍କର୍ଟ କରି ଚୋରା ଚାଲାଣ କରାଯାଉଥିଲାl ବୌଦ୍ଧ (Boudh), ବଲାଙ୍ଗୀର (Balangir), ସୋନପୁର (sonepur0), ସୁନ୍ଦରଗଡ଼ (Sundergarh), ବରଗଡ଼ (Bargarh), ସମ୍ବଲପୁର (Sambalpur), ଝାରସୁଗୁଡା (Jharsuguda) ଜିଲ୍ଲାରେ ଏହି ଗ୍ୟାଙ୍ଗ ଚୋରି କରୁଥିବା ସମ୍ବଲପୁର ଏସପି କହିଛନ୍ତି। ଏହି ଘଟଣାରେ ଆହୁରି ଅନ୍ୟ କେତେକ ଲୋକଙ୍କ ସମ୍ପୃକ୍ତି ରହିଥିବା ନେଇ ପୋଲିସ ସନ୍ଦେହ କରୁଥିବା ଜଣାପଡ଼ିଛି l