Odisha Pragyapan Medha: ଏଥର ସାଧାରଣତନ୍ତ୍ର ଦିବସରେ (Republic Day 2024) (Parade) ରାଜଧାନୀ ଦିଲ୍ଲୀର (Delhi) କର୍ତ୍ତବ୍ୟ ପଥରେ (kartavya Path) ଗଢିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ (Pragyapan Medha) ( ଟାବଲୋ)। ଲଗାତାର ୩ ବର୍ଷ ହେବ ରାଜ୍ୟର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ଚୟନ ହୋଇପାରି ନଥିଲା  ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୨୬ (Republic Day 2024) ପାଇଁ ଏଥର ଓଡ଼ିଶା ଯେଉଁ ମେଢ଼ ପ୍ରଦର୍ଶନ କରିବାକୁ ଯୋଜନା ରଖିଥିଲା ସେଥିରେ କେନ୍ଦ୍ର ଅନେକ କିଛି ଜିନିଷ ପରବର୍ତ୍ତନ କରିଥିଲେ ମଧ୍ଯ ଶେଷରେ ମନୋନୀତ କରିଛି । ଗତମାସ ଶେଷ ସପ୍ତାହ ବେଳକୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମନୋନୀତ କରିଛି । ଗତ ମାସ ଶେଷ ସପ୍ତାହ ବେଳକୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମନୋନୀତ ହୋଇଥିହା କୁହାଯାଇଥିଲା । ହେଲେ ଏନେଇ  ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଚୂଡ଼ାନ୍ତ ଖବର ଦିଆଯାଇ ନଥିଲା । ଯେଉଁ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ଚୂଡ଼ାନ୍ତ ଚିଠି ଆସିବ ବୋଲି କୁହାଯାଇଥିଲା ସେଥିରେ ମଧ୍ଯ ବ୍ୟତିକ୍ରମ ଦେଖାଦେଇଥିଲା । ଫଳରେ ଚିନ୍ତାରେ ପଡିଥିଲେ ରାଜ୍ୟ ସରକରାଙ୍କ ବରିଷ୍ଠ ଅଧିକାରୀ । ଏହାପରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ (Union Ministry of Defence) ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ରାଜ୍ୟର ପ୍ରଜ୍ଞାପନ ମେଢକୁ ମନୋନୀତ କରାଯାଇଥିବା ନେଇ ଚିଠି ଆସି ପହଁଞ୍ଚିବା ସୂଚନା ମିଳିଛି । ରାଜ୍ୟ ସରକାର ଏଥର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି । ଏଥିରେ ରଘୁରାଜପୁର ଗାଁର ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର କରିବା ଚିତ୍ର, ଏହା ସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖିବ । ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି ।


Also Read-Bhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ, ଜାଣନ୍ତୁ ପୁଣି କେବେ ଖୋଲିବ ?


ପ୍ରକାଶ ଥାଉ କି, ଦେଶରୁ ମୋଟ ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି ମନୋନୀତ କରାଯାଇଛି । ପ୍ରଥମେ ଦେଶକୁ ୬ଟି ଜୋନରେ ବିଭକ୍ତ କରାଯାଇଥିଲା । ପୂର୍ବ ଜୋନରେ ଓଡ଼ିଶା, ଝାଡ଼ଖଣ୍ତ, ପଶ୍ଚିମବଙ୍ଗ ଓ ବିହାର ରାଜ୍ୟ ରହିଥିଲେ । ଏହି ଜୋନରେ ଝାଡ଼ଖଣ୍ତ ଓ ଓଡ଼ିଶା ପ୍ରଜ୍ଞାପନ ମେଢ଼କୁ ମନୋନୀତ କରାଯାଇଛି । ଆସନ୍ତା ୭ ତାରିଖରେ ଓଡ଼ିଶା ଟିମ୍ ଦିଲ୍ଲା ଯାଇ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି ଲାଗି ମନ୍ତ୍ରଣାଳଠାରୁ ଟ୍ରଲି ଓ ଟ୍ରେଲର ଗ୍ରହଣ କରିବ । ରାଜଧାନୀ ଇମାଜେରିକୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ ଲାଗି କାମ ଦିଆଯାଇଛି