Odisha Accident: ଭୟଙ୍କର ଦୁର୍ଘଟଣା, ଘାଟି ତଳକୁ କାର ଖସି ୩ ମୃତ, ଜଣେ ଗୁରୁତର

Odisha Accident: ମୃତ୍ୟୁ ଏମିତି ବି ଆସେ। ରାୟପୁରରୁ ବିଶାଖାପାଟଣା ଯାଉଥିବାବେଳେ କୋରାପୁଟ(Koraput) ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ିମାଡଦିଲି ନିକଟରେ ଘାଟି ତଳକୁ କାର ଖସି ପଡ଼ିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଛତିଶଗଡ଼ର ରାୟପୁର ଅଞ୍ଚଳରୁ ଦୁଇ ପରିବାର ଦୁଇଟି କାର ଯୋଗେ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଏପରି ଏକ ଭୟାନକ ଦୁର୍ଘଟଣା ଘଟିଛି। ତେବେ ପ୍ରଥମ କାରଟି ଶୁଙ୍କୀ ଘାଟି ପାର ହୋଇ ଆନ୍ଧ୍ର ଅଭିମୁଖେ ଚାଲିଯାଇଥିବା ବେଳେ ଦ୍ଵିତୀୟ କାରରେ ଥିବା ପରିବାର ଲୋକେ ରାୟପୁରରେ ରହୁଥିବା ସେମାନଙ୍କ ଅନ୍ୟ ପରିବାର ସହିତ ଯୋଗାଯୋଗରେ ରହୁଥିଲେ। ତେବେ ରାତ୍ର ପ୍ରାୟ ୯ ଟା ଯାଏଁ ସେମାନେ ଯୋଗାଯୋଗରେ ଥିଲେ। କିନ୍ତୁ ପରେ ସେମାନଙ୍କ ଫୋନ୍ ଲାଗି ନ ଥିଲା। ଫୋନ ଯୋଗାଯୋଗ ନ ହେବାରୁ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ପରିବାରର ଅନ୍ୟ ସଦସ୍ୟମାନେ। ଶେଷରେ ସୀମାନ୍ତ ସୁଙ୍କୀ ଥାନାର ନମ୍ବର ଯୋଗାଡ କରି ଫୋନ୍ ମାଧ୍ୟମରେ ଜଣାଇଥିଲେ।
ପ୍ରଥମେ ସୀମାନ୍ତ ଶୁଂକି ପୋଲିସ ଏବଂ ପରେ ପଟାଙ୍ଗୀ ପୋଲିସ ମିଳିତ ଭାବରେ ଖୋଜା ଖୋଜି କରିଥିଲେ ମଧ୍ୟ ଦ୍ବିତୀୟ କାର ଟିର ସନ୍ଧାନ ପାଇ ନ ଥିଲେ। ଆଜି ସକାଳୁ ସୁଂକି ଘାଟିର ଯୋଡ଼ିମାଦିଲି ନିକଟରେ ଘାଟି ତଳକୁ କାର ଖସି ପଡିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ତେବେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଛି। କାରରେ ଶ୍ବଶୁର,ପୁଅ, ବୋହୂ ଓ ନାତି ଯାଉଥିଲେ। ବୋହୂ ଗୁରୁତର ରହିଥିବାବେଳେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନଙ୍କ ପରିବାର ଲୋକେ ପଟାଙ୍ଗୀରେ ଆସି ପହଂଚିଛନ୍ତି। ଗୁରୁତର ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ରାୟପୁର କୁ ନେବା ନେଇ ସୂଚନା ମିଳିଛି।
Also Read: Fireball Game: ନିଆରା ଅଗ୍ନିପେଣ୍ଡୁ ଖେଳ, ଜାଣନ୍ତୁ ଏହି ଦୁଃସାହସିକ ଖେଳର ମୁଖ୍ୟ ଉଦ୍ଦେଶ୍ୟ କ’ଣ?