Lingaraj Temple: ଶ୍ରୀ ଲିଙ୍ଗରାଜଙ୍କ ଦେବୀପାଦହରା ପୁଷ୍କରିଣୀ ଯାତ୍ରା ରବିବାର ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଫାଲଗୁନ୍ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀ ଲିଙ୍ଗରାଜଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ରବିବାର ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପରେ ପାଳିଆ ସେବାୟତ ଦିଅଁଙ୍କୁ ସୁସଜ୍ଜିତ ବିମାନରେ ବିଜେ କରାଇ ଦେବୀ ପାଦହରା ପୁଷ୍କରିଣୀ ଅଭିମୁଖେ ନେଇ ଯାଇଥିଲେ । ସେଠାରେ ଦିଅଁଙ୍କୁ ସ୍ନାନ ପରେ ପୁଷ୍କରିଣୀରେ ଥିବା ୧୦୮ ଦେବାଦେବୀଙ୍କ ସହ ଦିଅଁଙ୍କର ଭେଟ ଆଳତି ଓ ଭୋଗ ଲାଗି କରାଯାଇଥିଲା । ଏହାପରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ମହାପ୍ରଭୁ ଶ୍ରୀଲିଙ୍ଗରାଜ ସହ ପ୍ରଭୁ ବାସୁଦେବ, ଦେବୀ ଦୁର୍ଗା ଓ ଦେବୀ ପାର୍ବତୀ ଗୋପାଳୁଣୀ ବେଶରେ କୀର୍ତ୍ତି ଓ ବାସ ଦୁଇ ରାକ୍ଷସଙ୍କୁ ପାଦରେ ପାତାଳିମୁଖୀ କରିଥିଲେ । ସେଠାରେ ଗର୍ତ୍ତ ସୃଷ୍ଟି ହୋଇ ଦେବୀ ପାଦହରା ପୁଷ୍କରିଣୀରେ ପରିଣତ ହୋଇଥିଲା । ପରେ ଉକ୍ତ ପୁଷ୍କରିଣୀ ଚତୁଃପାର୍ଶ୍ବରେ ୧୦୮ ଦେବଦେବୀ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ସେହି ଦିନଠାରୁ ଏହାକୁ ଦେବୀପାଦହରା ପୁଷ୍କରିଣୀ ନାମରେ ନାମିତ କରାଯାଇଛି । ପ୍ରତିବର୍ଷ ଏହାକୁ ମନେ ପକାଇବା ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏହି ଉପଯାତ୍ରା ପାଳନ କରଯାଏ ବୋଲି ପୂଜାପଣ୍ତା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ତା ମତ ଦେଇଛନ୍ତି ।


Also Read- Weather Update: ଆଜିଠାରୁ କମିବ ତାତି, ୨୩ ଯାଏଁ କାଳବୈଶାଖୀ ଯୋଗୁଁ ଅନେକ ଜିଲ୍ଲାକୁ ଆଲର୍ଟ ଜାରି