Super Cyclone 1999 Devastation in Paradeep: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ସେହି ଦିନ ଉପକୂଳ ଓଡ଼ିଶା ତାଣ୍ଡବ ଲୀଳା ରଚିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ଆଉ ବାତ୍ୟା ପ୍ରଭାବରେ ଉଜୁଡ଼ି ଯାଇଥିଲା ଜନଜୀବନ। ସେହି ଦିନର କଥା ମନେ ପଡିଲେ ଏବେ ମଧ୍ୟ ଛାତି ଥରିଉଠେ। ଆଖି ଆଗରେ ନାଚି ଯାଏ ସେହି ବିଭତ୍ସ ରୂପ। ହେଲେ ମହାବାତ୍ୟାକୁ ବିତି ଯାଇଛି ୨୪ ବର୍ଷ। ଆଉ ବଦଳି ଯାଇଛି ଜନଜୀବନ। ସବୁକିଛି ହୋଇ ଯାଇଛି ପରିବର୍ତ୍ତନ। ହେଲେ ଯଦି କୌଣସି ସମୟରେ ବାତ୍ୟା ହେବାର ସୂଚନା ମିଳେ ତାହେଲେ ଉପକୂଳରେ ରହୁଥିବା ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ କୌଣସି ଉଚ୍ଚ ସ୍ଥାନକୁ ଧାଇଁଥାନ୍ତି। 


COMMERCIAL BREAK
SCROLL TO CONTINUE READING

ଏହା ଭିତରେ ଚାହୁଁ ଚାହୁଁ ବିତିଯାଇଛି ୨୪ ବର୍ଷ। ବିତିଗଲା । ହେଲେ ଯେତେବେଳେ ଅକ୍ଟୋବର ୨୯ ତାରିଖ ଆସିଯାଏ, ସେତେବେଳେ ମନେପଡେ ୧୯୯୯ ମସିହା ମହାବାତ୍ୟା କଥା। ମନେ ପଡିଯାଏ ସୁ ସୁ ଗର୍ଜନର ଶବ୍ଦ। ଆଖି ଆଗରେ ନାଚି ଉଠେ ମହାବାତ୍ୟାର କରାଳ ରୂପ। ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ଉଜୁଡ଼ିଯାଏ। ଆଜକୁ ୨୪ ବର୍ଷ ବିତିଯାଇଛି ସତ ହେଲେ ଏବେ ମଧ୍ୟ ମନେ ପଡିଲେ ଛାତି ଥରି ଉଠୁଛି। ସମୟ ବଦଳିବା ସହିତ ଜନଜୀବନ ମଧ୍ୟ ବଦଳି ଯାଇଛି। 


ହେଲେ ବାତ୍ୟା ନାଁ ଶୁଣିଲେ ବନ୍ଦର ନଗରୀ ପାରାଦୀପ ଉପକୂଳରେ ରହୁଥିବା ଲୋକଙ୍କ ଭିତରେ ଛନକା ପସିଯାଏ କେମିତି ଉଚ୍ଚ ସ୍ଥାନକୁ ଯିବେ। ଆଉ ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ରହିଥିବା ସ୍କୁଲ କଲେଜ୍ ଠାରେ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା କରିଥାଏ। ଗତ ୨୪ ବର୍ଷ ଭିତରେ ବନ୍ଦର ନଗରୀ ଅନେକ ବାତ୍ୟାର ସାମ୍ନା କରିଛି। ଯଦି ପାରାଦୀପ ସହରରେ ସମ୍ବେଦନଶୀଳ ସ୍ଥାନ କଥା କହିବା ତାହେଲେ ନେହେରୁ ବଙ୍ଗଳା ଏବଂ ଷଣ୍ଢକୁଦ ଅଞ୍ଚଳ0ରେ ରହୁଥିବା ବସ୍ତିବାସିନ୍ଦା ବିଗତ ଦିନରେ ଅନେକ ବାତ୍ୟାକୁ ସାମ୍ନା କରିବା ସହ ସହିତ ଅନେକ କ୍ଷୟକ୍ଷତିର ସାମ୍ନା କରିଛନ୍ତି। କାହିଁକି ନା ସମୁଦ୍ର ଠାରୁ ମାତ୍ର ୨୦୦ ମିଟର ଭିତରେ ସେମାନେ ବସବାସ କରିଥାନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ହେଲେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରିଲା ନାହିଁ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାରାଦୀପ ଷଣ୍ଢକୁଦ ବସ୍ତି ବାସିନ୍ଦା।


ପାରାଦୀପ ପୌରପାଳିକା ଅଧିନରେ ଯାଉଥିବା ୧୭,୧୮,୧୯ ୱାର୍ଡ଼ ଷଣ୍ଢକୁଦ ଵସ୍ତିରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକେ ବସବାସ କରିଥାନ୍ତି। ସେମାନେ ସମୁଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ ରହୁଛନ୍ତି। ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସବୁଠାରୁ ଅଧିକ କ୍ଷୟକ୍ଷତି ବସ୍ତିବାସିନ୍ଦାଙ୍କର ହୋଇଥାଏ। ୧୯୯୯ ମସିହା ମହାବାତ୍ୟା ପରଠାରୁ ଯେତେ ବାତ୍ୟା ଆସିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ବାତ୍ୟା ପୂର୍ବରୁ ଆଗୁଆ ସୂଚନା ଏବଂ ସଚେତନତା କାରଣରୁ ଏବେ ସ୍ଥିତି ବଦଳି ଯାଇଛି। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ମହାବାତ୍ୟାକୁ ୨୪ବର୍ଷ ପୂରଣ ହୋଇଯାଇଛି ସତ ହେଲେ ଏବେ ଯେତେବଡ ବାତ୍ୟା ଆସିଲେ ମଧ୍ୟ ସରକାରଙ୍କ ଜିରୋ କାଜୁଆଲଟି କାର୍ଯ୍ୟ କାରଣରୁ ସବୁ ବାତ୍ୟାକୁ ମୁକାବିଲା କରାଯାଇପାରୁଛି। ଏବେ ମଧ୍ୟ ମହାବାତ୍ୟାର ସେହିକରାଳ ରୂପକୁ କେହି ଭୂଲି ପାରି ନଥିବା ବେଳେ ପାରାଦୀପ ଷଣ୍ଢକୁଦ ଭଳି ବସ୍ତିରେ ରହୁଥିବା ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଗୋଟିଏ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।