Odisha Teachers Strike: ଓଷ୍ଟାର ଗଣଧାରଣା ଜାରି, ସାଧାରଣ ସମ୍ପାଦକଙ୍କ ଚେତାବନୀ ; ତୁରନ୍ତ ସମାଧାନ କର ନଚେତ୍...
Teacher Strike: ରାଜରାସ୍ତାରେ ୧୧ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ। ହେଲେ ସେମାନଙ୍କ ଦାବି ପୂରଣ ହେଉନି। ବାରମ୍ବାର ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ବି ସମସ୍ୟାର ସମାଧାନ ବାହାରୁନି। ରାଜ୍ୟ ସରକାର ତଥା ବିଭାଗୀୟ ଅଧିକାରୀ ଏହାକୁ ଗୁରୁତ୍ବ ନ ଦେବା ଦୁର୍ଭାଗ୍ୟର ବିଷୟ। ଯଦି ଶିଘ୍ର ସମାଧାନ ନ କରନ୍ତି। ତେବେ, ଆଗାମୀ ଦିନରେ ରାଜ୍ୟବାସୀ ଉଚିତ୍ ଜବାବ୍ ଦେବେ ବୋଲି ଓଡି଼ଶା ମାଧ୍ୟମିକ ଶିକ୍ଷା ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଚା) ଚେତାବନୀ ଦେଇଛି।
Teacher Strike: ରାଜରାସ୍ତାରେ ୧୧ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ। ହେଲେ ସେମାନଙ୍କ ଦାବି ପୂରଣ ହେଉନି। ବାରମ୍ବାର ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ବି ସମସ୍ୟାର ସମାଧାନ ବାହାରୁନି। ରାଜ୍ୟ ସରକାର ତଥା ବିଭାଗୀୟ ଅଧିକାରୀ ଏହାକୁ ଗୁରୁତ୍ବ ନ ଦେବା ଦୁର୍ଭାଗ୍ୟର ବିଷୟ। ଯଦି ଶିଘ୍ର ସମାଧାନ ନ କରନ୍ତି। ତେବେ, ଆଗାମୀ ଦିନରେ ରାଜ୍ୟବାସୀ ଉଚିତ୍ ଜବାବ୍ ଦେବେ ବୋଲି ଓଡି଼ଶା ମାଧ୍ୟମିକ ଶିକ୍ଷା ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଚା) ଚେତାବନୀ ଦେଇଛି। ଗାନ୍ଧିମାର୍ଗରେ ୧୧ ଦିନ ହେଲା ଶାନ୍ତି ପୂର୍ଣ୍ଣ ଭାବେ ଦିନରାତି ଧାରଣାରେ ବସିଛନ୍ତି ଶିକ୍ଷକ ଓ କର୍ମଚାରୀ। ଦାବି ହାସଲ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ବି କରିଛନ୍ତି। ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ସରକାର ପ୍ରତିଶ୍ରୃତି ଦେଇଛନ୍ତି। କିନ୍ତୁ ତାହା ପାଳନ କରୁ ନାହାଁନ୍ତି ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ରଂଜନ କୁମାର ଦାଶ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଓଡି଼ଶା ବୋଧେହୁଏ ଏକମାତ୍ର ରାଜ୍ୟ ଯେଉଁଠି ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ନିଜ ହକ୍ ପାଇଁ ଦିର୍ଘ ଦିନ ଧରି ସଂଗ୍ରାମ କରୁଛନ୍ତି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଆଜି ବି ସରକାର ଖେଳିବାରେ ବ୍ୟସ୍ତ। ରାଜ୍ୟରେ ପ୍ରାୟ ୩୫ ଶହ ବିଦ୍ୟାଳୟରୁ ୨୩୪ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଆଦୌ ଅନୁଦାନ ପ୍ରଦାନ କରାଯାଉନି। ୨୬୦୮ ବିଦ୍ୟାଳୟକୁ ସମସ୍ତ ବେତନ କମିଶନ ପ୍ରଦାନ କରାଯିବାର ନିଷ୍ପତି ହୋଇଥିଲେ ମଧ୍ୟ ୬୨୫ ବିଦ୍ୟାଳୟକୁ ଏଥିରୁ ବଂଚିତ କରାଯାଇଛି। ଅନ୍ୟରାଜ୍ୟରେ ବୟସ ସୀମା ୬୦ରୁ ୬୨ ବୃଦ୍ଧି କରାଯାଇଥିଲେ ମଧ୍ୟ ତାହା ଆମ ରାଜ୍ୟରେ ହେଉନି। ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଓଷ୍ଚାର ସାଧାରଣ ସମ୍ପାଦକଙ୍କ ସମେତ ସଭାପତି ଅକ୍ଷୟ କୁମାର ମିଶ୍ର ଦାବି କରିଛନ୍ତି।