ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
Vigilance raid: ରେଡରେ ୩ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ଜଣ ଏସଆଇ ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।
ଭୁବନେଶ୍ଵର: ସିଏଚଏସଇ ଅଧିକାରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଥିବା ଜଣାପଡିଛି। ସିଏଚଏସଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ କରାଯାଉଛି। ସରକାରୀ କାର୍ଯ୍ୟାଳୟ ଓ ପଟିଆ ସ୍ଥିତ ଘର, ଭୁବନେଶ୍ବର କାନନ ବିହାର ସ୍ଥିତ ୪ମହଲା ଘରେ ଚାଲିଛି ରେଡ୍। ଭୁବନେଶ୍ବର ସାମନ୍ତରାପୁର ଅଫିସ ଓ ଜଗତସିଂହପୁର କେଉପଡ଼ା ସ୍ଥିତ ପୈତୃକ ବାସଭବନରେ ଚାଲିଛି ଚଢ଼ଉ।
ତେବେ ସିଏଚଏସଇ ଅଧିକାରୀଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି। ରେଡରେ ୩ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ଜଣ ଏସଆଇ ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ତେବେ ଶ୍ରୀ ସେଠୀଙ୍କର ଏତେ ସମ୍ପତି ଆସିଲା କୁଆଡୁ ସେ ନେଇ ତନାଘନା ଚଳାଇଛି ଭିଜିଲାନ୍ସ।