Weather Update: ଜାଡ଼ରେ ଥରହର ସାରା ରାଜ୍ୟ । ଗୋଟେ ପଟେ ଶୀତ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଶନିବାର କିଛି ଜିଲ୍ଲାରେ ବର୍ଷା ନେଇ ସମ୍ଭାବନା ରହିଛି । ଖାସ୍ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି ।


COMMERCIAL BREAK
SCROLL TO CONTINUE READING

ବିଶେଷ କରି, ଝାରସୁଗୁଡ଼ା, ସୁ୍ନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ତି ଆଦି ଜିଲ୍ଲାରେ ମଧ୍ଯମରୁ ଘନ କୁହୁଡ଼ି ଆଚ୍ଛାଦିତ କରିବା ନେଇ ସମ୍ଭାବନା ରହିଛି । ସେହିପରି କଳାହାଣ୍ତି, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ସୋନପୁର, ବଲାଙ୍ଗୀର ଓ ନୟାଗଡ଼ରେ ମଧ୍ଯମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । ଘନ କୁହୁଡ଼ି ଯୋଗୁଁ ଗାଡ଼ି ମୋଟର ଚଳାଚଳରେ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଆଶଙ୍କା ଥିବାରୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ସତର୍କତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।  



ପ୍ରକାଶ ଥାଉ କି, ଶୁକ୍ରବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୯, କେନ୍ଦୁଝରରେ ୧୦.୯, ଅନୁଗୁଳରେ ୧୧ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଛି । ଟ୍ବିନ ସିଟିରେ ତାପମାତ୍ରା ସାମାନ୍ୟ କମି ୧୫ ଡି଼ଗ୍ରୀରେ ପହଁଞ୍ଚିଛି ।