Sourin Bhatt Case: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ(Sourin Bhatt) ବିରୋଧରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ(Sexual harassment)ଭଳି ମାମଲା ରୁଜୁ ହୋଇଛି। ଏ ନେଇ ପ୍ରଥମ ଥର ପାଇ଼ଁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ସୌରିନ୍। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସୌରିନ୍ କହିଛନ୍ତି ଯେ ତାଙ୍କ ନାଁ ହୋଇଥିବା ସମସ୍ତ ଅଭିଯୋଗ ମିଛ(False Allegation), ସେ ଖୁବ୍ ଶିଘ୍ର କ୍ଲିନ୍ ଚିଟ୍(Clean chit)  ପାଇବାକୁ ଯାଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଆପଣମାନଙ୍କୁ ଆଶ୍ରୀବାଦ ମୋ ସହିତ ଥାଉ’।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ କଟକ ଜଗତପୁରର(Jagatpur) ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଦୀର୍ଘ ୮ ବର୍ଷ କାଳ କଟକ ଓ ମୁମ୍ବାଇରେ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ଯୁବତୀଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଦେଖାଇ ସୌରିନ ତାଙ୍କୁ ବ୍ଲାକଲମେଲ କରୁଥିଲେ ବୋଲି ଅଭିଯୋଗ ଆଣିଥିଲେ ଯୁବତୀ। ଏଥି ସହ ଉକ୍ତ ମହିଳାଙ୍କୁ ସେ ଅମାନୁଷିକ ଭାବେ ମାଡ଼ ମାରୁଥିବା ମଧ୍ୟ କହିଥିଲେ ମହିଳା।


ତେବେ ଦୀର୍ଘ ଦିନ ପରେ ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି ବଲିଉଡ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ।କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୁବତୀ ଜମହ୍କ ଠକେଇ ଓ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି। ଏ ନେଇ ପଶ୍ଚିମବଙ୍ଗରେ(West Bengal) ଥିବା ସୌରିନଙ୍କ ଘରକୁ ଯାଇ ତଦନ୍ତ କରିଥିଲା ପୋଲିସ୍(Police) । କିନ୍ତୁ ସୌରିନଙ୍କର କୌଣସି ଖୋଜ-ଖବର ମିଳିନଥିଲା ।


ପରେ ଗିରଫ ହେବା ଭୟରେ ସୌରିନ ହାଇକୋର୍ଟରେ ଜାମିନ ପାଇଁ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ କୋର୍ଟ ପୋଲିସ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସୌରିନଙ୍କୁ ପରାମର୍ଶ ଦେଇଥିଲେ। ଆଜି ସେ କଟକ ମହିଳା ଥାନାରେ ହାଜର ହେବା ପରେ କହିଛନ୍ତି ଯେ, ସେ ଅଭିଯୋଗକାରୀଣିଙ୍କୁ ଜାଣିନାହାଁନ୍ତି । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ ଅଟେ। ସମୟ ଆସିଲେ ସତ ସାମ୍ନାକୁ ଆସିବ ବୋଲି ସୌରିନ ଭଟ୍ଟ ଗଣମାଧ୍ୟମ(Media) ସାମ୍ନାରେ କହିଛନ୍ତି ।


Also Read: Balasore: ବୁଡ଼ ପକାଇବା ବେଳେ ସାଳନ୍ଦୀ ନଦୀରେ ଭାସିଗଲେ କାଉଡ଼ିଆ, ୨ ନିଖୋଜ


Phiringia Police Station: ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ୧୯ ଗିରଫ, ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ମାମଲା