Mohammed Moquim: ପୁଣି ଚର୍ଚ୍ଚାରେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ । ଓଡି଼ଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ ଦୁର୍ନୀତି ମାମଲାରେ (ORHDC corruption case) ଜେଲ ଦଣ୍ତ ପାଇଥିବା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ୍ ଉପରେ ସୁପ୍ରିମକୋର୍ଟ ଆସନ୍ତା ମଙ୍ଗଳବାର ଶୁଣାଣୀ କରିବେ।  ସୋମବାର ମାମଲାର ଶୁଣାଣୀ ହେବାକୁ ଥିବା ବେଳେ ସୁପ୍ରିମକୋର୍ଟର ବିଚାରପତି  ସୂର୍ଯ୍ୟକାନ୍ତ ଏବଂ ବିଚାରପତି କେଭି ବିଶ୍ବନାଥଙ୍କୁ  ନେଇ ଗଠିତ ଖଣ୍ତପୀଠ ଏହାକୁ ମଙ୍ଗଳବାର ଘୁଚଂଇ ଦେଇଛନ୍ତି। ସେହି ଦିନ ମାମଲାର ବିସ୍ତୁତ ଶୁଣାଣୀ ହେବେ। ଅପରପକ୍ଷେ ନିମ୍ନ ଅଦାଲତରେ  ହାଜର ହେବା ଉପରେ ସୁପ୍ରିମକୋର୍ଟ ପୂର୍ବରୁ ଯେଉଁ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ତାହା ବଳବତ୍ତର ରହିଛି। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ :  Petrol Diesel Price Today: ଭୁବନେଶ୍ବରରେ କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଲିଟର ପିଛା କେତେ ରହିଛି ରେଟ୍?


ବିଶେଷକରି ଏପ୍ରିଲ୍ ମାସ ୧୬ ତାରିଖରେ ସୁପ୍ରିମକୋର୍ଟରେ ବିଧାୟକ ମୋକିମଙ୍କ ପକ୍ଷରୁ  ଦାଏର  ଏକ ମିଶ କେସର ଶୁଣାଣୀ କରି ଭିଜିଲାନ୍ସ କୋର୍ଟରେ  ତାଙ୍କ ହାଜିରା ଉପରେ ଅନ୍ତରୀଣ ରହିତାଦେଶ ଜାରି ହୋଇଥିଲା। ମଙ୍ଗଳବାର ମୂଳ ମାମଲା ଉପରେ ଶୁଣାଣୀ ହେବ।  ଓଆରଏଚଡିସି ଦୁର୍ନୀତି ମାମଲାର ବିଚାର କରି  ଭୁବନେଶ୍ବର ଭିଜିଲାନ୍ସ କୋର୍ଟ ୨୦୨୨ ସେପ୍ଟେମ୍ବର ୨୯ ତାରିଖରେ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲଦଣ୍ତରେ ଦଣ୍ତିତ କରିଥିଲା। ଏହି ମାମଲାରେ ଭିଜିଲାନ୍ସ ଆଉ କିଛି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ତାଦେଶ ଦେଇଛି।  


ତେବେ, ଭିଜିଲାନ୍ସ କୋର୍ଟଙ୍କ ଏହି ଆଦେଶ ବିରୋଧରେ ମୋକିମ୍ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ।  ହାଇକୋର୍ଟ ଚଳିତ ମାସ ୧୦ ତାରିଖରେ ରାୟ ପ୍ରକାଶ କରି ମୋକିମଙ୍କ ପିଟିସନକୁ ଖାରଜ କରିବା ସହ ଭିଜିଲାନ୍ସ ଅଦାଲତଙ୍କ ରାୟକୁ କାଏମ୍ ରଖିଥିଲେ।  ଏହି ଆଦେଶ ବିରୋଧରେ ମୋକିମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ଏଥିରେ ମୋକିମ୍ ଙ୍କ ପକ୍ଷରୁ ୩ଟି ମିସକେସ୍ ରୁଜୁ କରାଯାଇଛି।  ଚଳିତ ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଚାହୁଁ ନାହାଁନ୍ତି। ତେଣୁ ପ୍ରଥମ ମିସ୍ କେସ୍ ରେ ନିମ୍ନ ଅଦାଲତଙ୍କ ଆଦେଶ ଉପରେ ରହିତା ଦେଶ ଲାଗି ସେ ନିବେଦନ କରିଛନ୍ତି। ଦ୍ବୀତିୟ ମିସକେଶରେ ନିୟମିତ ଜାମିନ ପାଇଁ  ଓନିମ୍ନ ଅଦାଲତରେ ତାଙ୍କୁ ହାଜିରାରୁ ଛାଡ ପାଇଁ ତୃତୀୟ ମିସକେସରେ ସର୍ବୋଚ୍ଚ ଅଦାଲତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।