OSSTA Released Class 10 New Test Paper: କଟକ ନୟାସଡକ ସ୍ଥିତ ଓଷ୍ଟା ମୁଖ୍ୟ କାର୍ଯ୍ଯାଳୟ ଠାରେ ଉଭୟ ବସ୍ତୁନିଷ୍ଠ ଏବଂ ଦୀର୍ଘ ଉତ୍ତରମୂଳକ ଓଷ୍ଟା ଟେଷ୍ଟ ପେପର ପ୍ରକାଶିତ ହୋଇଛି। ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବୋର୍ଡର ନିର୍ଦ୍ଧାରିତ ପାଠ୍ୟ ଖସଡା ଅନୁଯାୟୀ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଚଳିତ ବର୍ଷ ଏକ ଅଭିନବ ଉପାଯରେ ଉକ୍ତ ଟେଷ୍ଟ ପେପର ପ୍ରସ୍ତୁତ କରିଛି ବୋଲି ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ଟେଷ୍ଟ ପେପର ଆସନ୍ତା ୨୦୨୪ ବର୍ଷରେ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ବିଶେଷ ଉପାଦେୟ ପ୍ରମାଣିତ ହେବ। ଆସନ୍ତା ଅଗଷ୍ଟ ୨୧ ତାରିଖରୁ ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର (OSSTA Class 10 Test Paper) ବଜାରରେ ଉପଲବ୍ଧ ହେବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବିଦ୍ୟାଳୟକୁ ଗତ ଅପ୍ରେଲ ମାସରୁ ଛୁଟି ଘୋଷଣା କରି ଦିଆଯାଇଥିଲା। ଯାହାଫଳରେ ବିଦ୍ୟାଳୟରେ ପାଠପଢା ନିର୍ଦ୍ଦିଷ୍ଟ ସମୟରେ ସରିପାରିଲା ନାହିଁ। ବହୁ ଅଭିଜ୍ଞ ଶିକ୍ଷକଙ୍କର ଦୀର୍ଘ ଅଭିଜ୍ଞତାକୁ ବିନିଯୋଗ କରି ପାଠ୍ୟ ଖସଡା ଆଧାରରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ (Odisha School Academic Year 2020-24) ପାଇଁ ଉଭୟ ସଂକ୍ଷିପ୍ତ ଏବଂ ଦୀର୍ଘ ଉତ୍ତରମୂଳକ ଟେଷ୍ଟ ପେପର ପ୍ରସ୍ତୁତ କରାଯାଇଛି। 


ପ୍ରକାଶ ଥାଉକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (Odisha Secondary School Teachers Association) କେବଳ ଶିକ୍ଷକଙ୍କ ନାର୍ଯ୍ୟ ଦାବି ସମ୍ପର୍କରେ କାର୍ଯ୍ୟ କରି ନ ଥାଏ। ବରଂ ରାଜ୍ୟର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ, ଏପରିକି ବନ୍ୟା, ବାତ୍ୟା, କୋରୋନା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଷ୍ଟା ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜନସାଧାରଣଙ୍କ ପାଖରେ ସହଭାଗୀ ହୋଇ ସଦାସର୍ବଦା ଦୃଢ ଭାବରେ ଛିଡା ହୋଇ ଆସିଛି।


ଓଷ୍ଟା ପକ୍ଷରୁ ହେଉଥିବା ଏହି ଛୋଟିଆ ପ୍ରୟାସ ରାଜ୍ୟର ସର୍ବପୁରାତନ ଏବଂ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ପ୍ରଶ୍ନ ଆସୁଥିବା ‘ଓଷ୍ଟା ଟେଷ୍ଟ ପେପର’ (OSSTA Test Paper) ସମସ୍ତଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ଯୁଗ୍ମ ସଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ଵାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧିଙ୍କ ସମେତ ଓଷ୍ଟା ଟେଷ୍ଟ ପେପର ପ୍ରସ୍ତୁତି ଦାୟିତ୍ବରେ ଥିବା ସମ୍ପାଦକ ବିଜୟ କୁମାର ଛତ୍ର ପ୍ରମୁଖ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଏବଂ ଶିକ୍ଷପ୍ରେମୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।