ଭୁବନେଶ୍ୱର: ନଭେମ୍ବର ୨୦ ତାରିଖ ବୁଧବାରଠାରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ତେବେ ଏବର୍ଷର ଧାନ ସଂଗ୍ରହ ଉଭୟ ଚାଷୀ ଓ ସରକାର ଏବଂ ସରକାରୀ କଳ ପାଇଁ ଏକ ବିଶେଷ ଆହ୍ୱାନ ସୃଷ୍ଟି କରିଛି। ଏ ବର୍ଷର ଧାନ ସଂଗ୍ରହରେ ଅନେକ କିଛି ନୂଆ ବ୍ୟବସ୍ଥା ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି। ନଜର ପକାନ୍ତୁ କିଛି ପ୍ରମୁଖ ବିନ୍ଦୁ ଉପରେ


COMMERCIAL BREAK
SCROLL TO CONTINUE READING

1. ରାଜ୍ୟରେ ଏ ବର୍ଷଠାରୁ ଧାନର କ୍ୱିଣ୍ଟାଲ୍‍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ରହିବ। ପୂର୍ବରୁ ୨୩୦୦ ଟଙ୍କାରେ କ୍ବିଣ୍ଟାଲ୍‍ ଧାନ କିଣୁଥିଲେ ସରକାର। କିନ୍ତୁ ଏଥର ନୂଆ କରି ସରକାର ଗଠନ କରିଥିବା ବିଜେପି ସରକାର ନିର୍ବାଚନ ଇସ୍ତାହାରର ଆଶ୍ୱାସନାକୁ କାର୍ଯ୍ୟ କରିବାକୁ ଯାଇ ଚାଷୀଙ୍କୁ ଏକ କ୍ବିଣ୍ଟାଲ୍‍ ଧାନ ପିଛା ସର୍ବନିମ୍ନ ୩୧୦୦ ଟଙ୍କା ଦେବାକୁ ସ୍ଥିର କରିଛନ୍ତି।


2. ହେଲେ ଏହି ୩୧୦୦ ଟଙ୍କାରୁ ୨୩୦୦ ଟଙ୍କା ଧାନ ବିକ୍ରିର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ବାକି ୮୦୦ ଟଙ୍କା ପାଇଁ ଚାଷୀଙ୍କୁ ଡିସେମ୍ବର ୮ ଯାଏ ଅପେକ୍ଷା କରିବାକୁ ହେବ। ଏହି ଦିନ ସ୍ୱତନ୍ତ୍ର ଭାବେ ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ୮୦୦ ଟଙ୍କା ଲେଖାଏଁ ପଠାଇବେ। ଏହା ପରେ ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟ ଉଭୟ ଅର୍ଥ ମିଳିବ।


3. ଏହି ୩୧୦୦ ଟଙ୍କା ସହାୟକ ମୂଲ୍ୟରୁ ୨୩୦୦ ଟଙ୍କା କେନ୍ଦ୍ର ସରକାରଙ୍କ ଦ୍ୱାରା ବହନ କରାଯାଉଛି। ଅନ୍ୟ ୮୦୦ ଟଙ୍କାକୁ ରାଜ୍ୟ ସରକାର ଇନ୍‍ପୁଟ୍‍ ସବ୍‍ସିଡି ଭାବେ ଚାଷୀଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି।


4. ମୁଖ୍ୟମନ୍ତ୍ରୀ ଧାନ କିଣାକୁ ଉଦ୍‍ଘାଟନ କରିବେ। ବରଗଡ଼ର ସୋହେଲାର ଏକ ମଣ୍ଡିରୁ ଆରମ୍ଭ ହେବ ଧାନ କିଣା।


5. ଧାନ କିଣାରେ କଟନୀ ଛଟନୀ ବ୍ୟବସ୍ଥା ରହିବ ନାହିଁ। ଧାନର ଗୁଣାତ୍ମକ ମାନ ପରୀକ୍ଷା ଲାଗି ବ୍ୟବସ୍ଥା ହେବ। ଏହି ବ୍ୟବସ୍ଥାରେ ବୈଜ୍ଞାନିକ ଉପକରଣ ଦ୍ୱାରା ଗୁଣାତ୍ମକ ମାନ ପରୀକ୍ଷା ହେବ। ଧାନରେ ଜଳୀୟ ଅଂଶ କେତେ ରହିଛି ତାହାକୁ ନିର୍ଣ୍ଣୟ ହେବ। ଧାନ ସଫା କରିବା ଏବଂ ଶସ୍ୟ ଅନୁଶୀଳନ କରିବା ପାଇଁ ମସିନ୍‍ର ସହାୟତା ନିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ।


Also Read- ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ଆମେରିକାରୁ ଗିରଫ


Also Read- Venus Transit 2024: ଗତିପଥ ବଦଳାଇଲେ ଶୁକ୍ର, ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଧନ !