Odisha News: (ନାରାୟଣ ବେହେରା) ଗୃହ ନିର୍ମାଣ ପାଇଁ କଟା ଯାଉଛି ବଡବଡ ତାଳଗଛ। ଅନୁମତି ନଥାଇ ତାଳଗଛ କଟା ଯାଉଛି। ଖବରପାଇ କୁଜଙ୍ଗ ବନବିଭାଗର ଚଢାଉ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ କୁଜଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତ ର ମୁଷାଢିଆ ଗ୍ରାମରେ। ଘର ତିଆରି ପାଇଁ ନୁଆ ଇଟା ଗଦା ହୋଇ ରହିଥିବା ବେଳେ ଗଛ କଟା ମେସିନ୍ ସାହାଯ୍ୟ ରେ ବଡବଡ ତାଳ ଗଛ କଟା ଯାଉଛି। ମୂଷାଢିଆ ର ଯାଗା ସେଟେଲମେଣ୍ଟ ହୋଇ ନଥିବା ବେଳେ ଅନେକ ଲୋକ ଘରକରି ସେଠାରେ ଦଲାଲ୍ ଙ୍କ ଦ୍ବାରା ଯାଗା ବିକ୍ରି ଖର୍ଦି ଚାଲିଛି। ଯାହା ଫଳରେ ଜଣେ କଲିକତାର ଲୋକକୁ ଯାଗା ବିକ୍ରି କରା ଯାଇଥିବା ବେଳେ ସେହି ସ୍ଥାନରେ ଥିବା ବଡବଡ ତାଳ ଗଛ ଗୁଡିକୁ ସରକାରଙ୍କ ବିନାନୁମତି ରେ ଗଛ କଟା ଯାଉଛି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଘଟଣା ସ୍ଥଳରେ କୁଜଙ୍ଗ ବନଖଣ୍ଡ ବିଭାଗ ପହଞ୍ଚି ଦୁଇଟି ତାଳ ଗଛକଟା ଯାଇଥିବା ଦେଖିବା ସହିତ ଘଟପାଇ ଅନୁଧ୍ୟାନ ଚାଲିଛି ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ। ସରକାରଙ୍କ କଡ଼ା କଟକଣା ଥିବା ସତ୍ତ୍ବେ ବଡ଼ ବଡ଼ ତାଳ ଗଛ କାଟି ସଫା କରି ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ତେବେ ଏସବୁ ଆମେ କିଛି ଜାଣିନୁ ଆମେ ସବୁ ମୁର୍ଖ ଲୋକ ଆମର ଘର ତିଆରି ପାଇଁ ଏ ଗଛ ଅସୁବିଧା କରୁଥିଲା ସେଥିପାଇଁ ଆମେ ଏ ଗଛ କାଟି ଦେଇଛୁ ବୋଲି କହିଛନ୍ତି ମୁଷାଡିହା ବାସିନ୍ଦା। ତେବେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ସମେତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇଁ ସରକାର କଡ଼ା ନିୟମ ପାଳନ କରୁଥିଲେ ମଧ୍ୟ ତାହା ତୃଣମୂଳ ସ୍ତରରେ କୌଣସି ପ୍ରଭାବ ପଡୁନଥିବା ଲକ୍ଷ କରାଯାଉଛି। ବିଶେଷ କରି ଏହି ବଡ଼ ବଡ଼ ତାଳ ଗଛ ବଜ୍ରପାତ ସମୟ ରେ ବ୍ୟାପକ ସହାୟତା ଯୋଗାଇ ଦେଇଥାଏ । ଏହାକୁ କଟାକଟି କରିବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ବିଭାଗୀୟ ଅନୁମତି ନେବାର ନିୟମ ରହିଛି କିନ୍ତୁ ସେସବୁକୁ ପାଳନ ନକରି ଏପରି ବେଧଡକ ଗଛ କାଟି ଚାଲିଛନ୍ତି।


ଗଛକଟା ଯାଇଥିବା ଜାଗାଟି ଜଣେ କଲିକତାର ଲୋକକୁ ବିକ୍ରି କରାଯାଇଛି ବୋଲି ଗଛକଟାଳି କହିଥିବା ବେଳେ ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ତେବେ ମୁଷାଢିଆ ଗ୍ରାମର ଦୁଇ ପାର୍ଶ୍ଵରେ ଦୁଇ ଦୁଇଟି ବଡବଡ ଶିଳ୍ପାନୁଷ୍ଠାନ ରହିଛି, ଯାହାକି ପରିବେଶ ର ସୁରକ୍ଷା ନିମନ୍ତେ ପ୍ରତିବର୍ଷ ହଜାର ହଜାର ବୃକ୍ଷ ରୋପଣ କରିବା ସହିତ ସଚେତନ କରୁଥିଲେ ମଧ୍ୟ ମୁଷାଢିଆ ଗ୍ରାମରେ ଏହିଭଳି ବଡବଢ ତାଳଗଛ କଟାଯିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।