Kendrapara News: ପ୍ରେମ (Love) ଶାଶ୍ବତ, ପ୍ରେମ ଚିରନ୍ତନ ଓ ପ୍ରେମ ନୈସର୍ଗିକ। ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ପ୍ରେମ ମାନେନା ବାଧାବିଘ୍ନ। ମାନେନା ସୀମା ସରହଦ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହା ଆଖିର ଇସାରାରୁ ଆରମ୍ଭ ହୋଇଥାଏତ ଆଉ କେତେ ବେଳେ ମନର ନୀରବ ଭାବନାରୁ ସୃଷ୍ଟି ହୋଇଥାଏ।  ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ , ହାରିବା ଭିତରେ ଯେଉଁଠି ଜିତିବା ଦେଖାଯାଏ, ତାହା ହେଉଛି ପ୍ରେମ। ତେବେ, ଏହି ପ୍ରେମ ପାଇଁ ଏକ ପରିବାର ଲୋକେ ନିଜ ଝିଅକୁ ସବୁଦିନ ପାଇଁ ସାତପର କରିଛନ୍ତି।  ଝିଅ ବଞ୍ଚି ଥାଉ ଥାଉ ତାହାର ଶୁଦ୍ଧିକ୍ରିୟା କରିଛନ୍ତି। ଅର୍ଥାତ ଝିଅର ବାହାଘର ଦିନ ବାପାମାଆ ତାହାର ଶୁଦ୍ଧିକ୍ରିୟା (Last rites) କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

Also Read : Odisha Weather Update: ଟ୍ବିନ୍ ସିଟିରେ ବଦଳିଲା ପାଗ, ତିନିଟା ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା


Also Read : Relationship Tips: ପ୍ରଥମ ଥର ଶାରୀରିକ ସମ୍ପର୍କ ଗଢୁଛନ୍ତି କି? ଧ୍ୟାନ ଦିଅନ୍ତୁ ଏସବୁ ଟିପ୍ସ ଉପରେ...


ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା (Kendrapara) ଆଳି ସଦର ଅଞ୍ଚଳରେ ।  ଗୋଟାଏ ପଟେ ଝିଅ ମନ୍ଦିରରେ ପ୍ରେମ ବିବାହ କରି ତାର ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏକ ନୂଆ ପରିଚୟ ଦେଉଥିବା ବେଳେ ଅନ୍ୟ ପଟେ ଦୁଇଶହ ମିଟର ଦୂରରେ ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକ। ଏହି ଘଟଣା ବର୍ତ୍ତମାନ ପୂରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଝିଅ ନିଜ ପ୍ରେମିକ ହାତରୁ ଗୋଟିଏ ହାତରେ ମନ୍ଦିରରୁ ସିନ୍ଦୁର ପିନ୍ଧିଥିବା ବେଳେ ଅନ୍ୟପଟେ ଝିଅର ଏହି ବିବାହକୁ ବିରୋଧ କରିଛନ୍ତି ପରିବାର ଲୋକେ। ପରିବାର ମାନ ସମ୍ମାନ ଝିଅ ହରାଇ ଥିବାରୁ ପରିବାର ଲୋକେ ଝିଅ ବଞ୍ଚି ଥାଉ ଥାଉ ଜିଅନ୍ତା ଶୁଦ୍ଧି ହୋଇଛନ୍ତି।  


ସୂଚନା ଅନୁସାରେ, ଆଳି ସଦର ଅଞ୍ଚଳର ବାସ୍ତବ ମଳିକଙ୍କ ଝିଅ ସେହି ଅଞ୍ଚଳରେ ଜଣେ ଯୁବକଙ୍କୁ ଦିର୍ଘ ଦିନ ଧରି ପ୍ରେମ କରିଥିଲେ କିନ୍ତୁ ଝିଅ ପରିବାର ଏହି ପ୍ରେମକୁ ସ୍ବିକୃତି ଦେଉନ ଥିଲେ।  କିନ୍ତୁ ଶେଷରେ ଝିଅ ନିଜ ପରିବାର ଲୋକକଙ୍କ ସମ୍ପର୍କକୁ ପାଦରେ ଆଡେଇ ନିଜ ପ୍ରେମିକ ପାଇଁ ଘରୁ ପାଦ କାଢି ଥିଲା । ଏବଂ ବୁଧବାର ଦିନ ସ୍ଥାନୀୟ ଅଞ୍ଚଳର ଏକ ମନ୍ଦିରରେ ପ୍ରେମିକଙ୍କୁ ବିବାହ କରିଥିଲା। ଝିଅ ସେହି ଯୁବକଙ୍କୁ ବିବାହ କରିଥିବା ଖବର ଶୁଣି ରାଗରେ ପଞ୍ଚମ ହୋଇଥିଲେ ପରିବାର ଲୋକେ। ଏବଂ ଏହି  ବିବାହକୁ ବିରୋଧ କରି ଝିଅର ପରିବାର ଲୋକେ ଆଳି ବଜାର ଉପରେ ଝିଅର ଫଟୋ ରଖି ସେଥିରେ ଫୁଲମାଳ ଚଢାଇ ଟାଙ୍ଗୀ ବଜାର ଉପରେ ସ-ପରିବାର ଶୁଦ୍ଧି ହୋଇଛନ୍ତି। ସତରେ ଏପରି ଘଟଣା ସମାଜ ପାଇଁ କେତେ ଗ୍ରହଣୀୟ ଓ କେତେ ଗ୍ରହଣୀୟ ନୁହେଁ ତାହାର ଉତ୍ତର କାହାରି ପାଖରେ ନାହିଁ।