Parikrama Prakalpa: ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ଆଜି ଅନୁଧ୍ୟାନ କଲେ ପାଣ୍ଡିଆନ
Parikrama Prakalpa: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ 5T ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ(VK Pandian)। ପ୍ରଥମେ ପ୍ରକଳ୍ପର ଟିକନିକ୍ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର(Srimandira) ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି।
Parikrama Prakalpa: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ 5T ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ(VK Pandian)। ପ୍ରଥମେ ପ୍ରକଳ୍ପର ଟିକନିକ୍ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର(Srimandira) ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ପରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ। ପ୍ରଥମେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପ କାର୍ଯ୍ଯ ଅନୁଧ୍ୟାନ କରିଥିଲେ। ଏଥିସହ ଯଜ୍ଞ ସ୍ଥଳ, ଅତିଥି ବସିବା ସ୍ଥାନ ଏବଂ ଶ୍ରୀମାର୍ଗ ଆଦିକୁ ବୁଲି ଦେଖିଥିଲେ।
ମୋଟାମୋଟି ଭାବେ ପରିକ୍ରମା ପ୍ରକଳ୍ପ ସଂଲଗ୍ନ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଭବ୍ୟ ଲୋକାର୍ପଣ ଉତ୍ସବକୁ ନେଇ ଚାଲିଥିବା ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ ଭିକେ ପାଣ୍ଡିଆନ। ଜଗନ୍ନାଥ ବଲ୍ଳଭରୁ ଶ୍ରୀଦାଣ୍ଡ ଓ ଶ୍ରୀ ସେତୁ ନିକଟକୁ ଯାଇ ଟିକନିକ୍ କାର୍ଯ୍ୟର ସମୀକ୍ଷା କରିଥିଲେ । ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଥିବା ନିମନ୍ତ୍ରିତ ଅତିଥି ମାନଙ୍କ ସୁରକ୍ଷା , ପାର୍କି ସ୍ଥାନ ଓ ଜଗନ୍ନାଥ ବଲ୍ଳଭରେ ହେଉଥିବା ମହାପ୍ରଭୁଙ୍କ ୨୫ପ୍ରକାରର ବେଶ ପ୍ରଦର୍ଶନୀ ସ୍ଥଳକୁ ବୁଲି ଦେଖିଥିଲେ । ସେହିପରି ସମଙ୍ଗ ଅଞ୍ଚଳରେ ପର୍କିଙ୍ଗ ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରିଥିଲେ 5ଟି ଅଧକ୍ଷ । ତେବେ ସମୀକ୍ଷା କରିବା ସମୟରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍ପି , ଟାଟା ଓ ଓବିସିସିର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
୧୫ ତାରିଖ ସକାଳ ସାଢେ ୭ଟା ସୁଦ୍ଧା ଅଖଣ୍ତଦୀପ ସ୍ଥାପନ ସହ ଯଜ୍ଞ ଆରମ୍ଭ ହେବ । ସେହିପରି ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ବାସ୍ତୁଶୋଧନ ସହ ଅଧିବାସ ଅନୁଷ୍ଠିତ ହେବ । ଶେଷରେ ୧୭ ତାରିଖ ଦିନ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ପ୍ରାୟ ସାଢେ ୧ଟେ ମଧ୍ଯରେ ଲୋକାର୍ପଣ କରିବେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଜପତି ମହାରାଜ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରିବେ । ଏହାଶେଷ ହେବା ପରେ ଅପରାହ୍ନ ୨ଟାରୁ ସାଢେ ୨ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ । ଏହାପରେ ସାଢେ ୨ଟାରୁ ୩ଟା ଭିତରେ ଉତ୍ତରପାର୍ଶ୍ବ ମଠ ନିକଟରେ ହୋଇଥିବା ସଭାମଞ୍ଚରେ ଏକ ଭିଡ଼ିଏ ଚିତ୍ରକୁ ଉନ୍ମୋଚନ କରିବେ ।
Also Read: Puri: ଆଜିଠୁ ଆରମ୍ଭ ହେବ ପରିକ୍ରମା ପ୍ରକଳ୍ପ ଉତ୍ସବ, ଶ୍ରୀନଅରରେ ଗଜପତି କରିବେ ଆର୍ଯ୍ୟବରଣ