Odisha News: ପାର୍କିଂ ସ୍ଥଳ ନା ହସ୍ପିଟାଲ ପରିସର । ଆମ୍ବୁଲାନ୍ସ ରହିବା ଜାଗାରେ ରହିଛି ଶହ ଶହ ମୋଟର ସାଇକଲ। ଏହା ହେଉଛି ସମ୍ବଲପୁର ସହରର ଅଇଁଠାପାଲି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନିତି ଦିନିଆ ସମସ୍ୟା । ପାଖରେ ରହିଛି ଅଇଁଠା ପାଲି ଥାନା ଅପର ପାର୍ଶ୍ଵରେ ରହିଛି ବିର୍ସା ମୁଣ୍ଡା ଛକ । ମଧ୍ୟ ସ୍ଥଳରେ ରହିଛି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ରହିବା ସ୍ଥାନରେ ପାର୍କିଙ୍ଗ ହେଉଛି ପ୍ରାଇଭେଟ ଗାଡି । ସକାଳ ଛ ଟାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରହୁଛି ଶତାଧିକ ଗାଡି଼।... 


COMMERCIAL BREAK
SCROLL TO CONTINUE READING

ALSO READ :  Shani Dev: ନକ୍ଷେତ୍ର ପରିବର୍ତ୍ତନ କରିବେ ଶନି, ଏହି ୪ ରାଶିଙ୍କୁ ମିଳିବ ଶୁଭଫଳ ସହ ବର୍ଷିବ ଧନ


ALSO READ : Budh Gochar 2024: ଧନୁକୁ ଚଳନ କରିବେ ବୁଧ, ତିନି ରାଶିଙ୍କ ଉପରେ ହେବ ଧନ ବର୍ଷା


ଅଇଁଠାପାଲି ଛକରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଲୋକେ ଝାରସୁଗୁଡା ସୁନ୍ଦରଗଡ଼ ଆଦିତ୍ୟ ବିର୍ଲା ଭୂଷଣ ଶ୍ୟାମ ମେଟାଲିକ୍ସ ଇତ୍ୟାଦି ବିଭିନ୍ନ ସ୍ଥାନକୁ ଯାଆସ କରିଥାନ୍ତି । ସେମାନଙ୍କର ଗାଡି ପାର୍କିଂ ପାଇଁ ନାଁ ତାଙ୍କର ଅଧିକାରୀ ବ୍ୟବସ୍ଥା କରୁଛନ୍ତି ନାଁ ସ୍ଥାନ ନିରୂପଣ ହେଉଛି । କିନ୍ତୁ ଲୋକେ ହସ୍ପିଟାଲ ପରିସରକୁ ଏବେ ଆମ୍ବୁଲାନ୍ସ ରହିବା ସ୍ଥାନରେ ନିଜ ନିଜ ଦୁଇ ଚକିଆ ଯାନ ପାର୍କିଙ୍ଗ କରୁଛନ୍ତି । ସେମାନେ ନିଜ ନିଜ ଅଧିକାରୀ ଙ୍କୁ କହି ପାର୍କିଂର ବ୍ୟବସ୍ଥା କରନ୍ତୁ ନଚେତ ପାର୍କିଂ ଫିସ ଦିଅନ୍ତୁ ବୋଲି ଦାବି ହୋଇଛି।  ଯାହାଦ୍ୱାରା ସରକାର ରାଜସ୍ବ ଆଦାୟ କରିପାରିବେ ବୋଲି ସାଧାରଣରେ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏବାବଦରେ ପଚରା ଯିବା ପରେ ସେ କହିଛନ୍ତି ଯେ ପଦକ୍ଷେପ ନିଆ ଯାଇଛି । ଖୁବ ଶୀଘ୍ର ସମାଧାନ ହେବ ।