Odisha News: ସ୍ୱାସ୍ଥ୍ୟ କେନ୍ଦ୍ରରେ ନର୍ସଙ୍କ ଦୌରାତ୍ମ୍ୟରେ ରୋଗୀ ହନ୍ତସନ୍ତ
Odisha News: ରୋଗୀର ସହଯୋଗୀ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ ସାକ୍ଷାତ କରି ନର୍ସୀଂ ଅଫିସର ରଞ୍ଜିତା ନାୟକଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ଭଦ୍ରକ ଓ ଜିଲ୍ଲାପାଳ ଭଦ୍ରକଙ୍କୁ ମଧ୍ୟ ଅଭିଯୋଗ ଦିଆଯାଇଛି ବୋଲି ଅଭିଯୋଗକାରୀମାନେ କହିଛନ୍ତି। କିନ୍ତୁ ଅପରପକ୍ଷେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା ସାମନ୍ତସିଂହାର ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି କି ଏବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯିବ ଏବଂ ତାଙ୍କ ନିର୍ଦ୍ଦେଶରେ ସଠିକ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
Odisha News:(ଅଭୟ ମହାନ୍ତି) ଶିଶୁ ପୁତ୍ରର ଦେହ ଅସୁସ୍ଥ ଥିବା ନେଇ ନିକଟସ୍ଥ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ଶିଶୁର ପିତା ମାତା ଉଭୟଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ନର୍ସୀଂ ଅଫିସର ରଞ୍ଜିତା ନାୟକ ସେବା ପରିବର୍ତ୍ତେ ଜାତିଆଣ ମନ୍ତବ୍ୟ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଅଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ ମନମୟ କୁମାର ସାମନ୍ତ ସିଂହାରଙ୍କୁ ସୋମବାର ଏକ ଲିଖିତ ଅଭିଯୋଗ ଦେବା ସହ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ମଧ୍ୟ ଅଭିଯୋଗ ଦିଆଯାଇଛି। ଅଭିଯୋଗ ମୁତାବକ ଗତ ୨୨ ତାରିଖ ଶୁକ୍ରବାର ଦିନ ଧାମନଗର ଏନ୍ ଏ ସି ଅନ୍ତର୍ଗତ ହବିବ୍ ନଗରର ବାସିନ୍ଦା ମହମ୍ମଦ ଜମିଲ କାଦ୍ରୀ ଓ ପତ୍ନୀ ଜବିନା ଖାତୁନଙ୍କ ଶିଶୁପୁତ୍ରର ଅସୁସ୍ଥତା ନେଇ ଶୁକ୍ରବାର ମଧ୍ୟାହ୍ନରେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ଶିଶୁ ପୁତ୍ରର ଏକ ଭ୍ୟାନ୍ ଫ୍ଲୋ ଆବଶ୍ୟକ ପଡ଼ିବା ନେଇ ପ୍ରଥମେ କାର୍ଯ୍ୟରତ ନର୍ସ ଶ୍ରୀମତୀ ନାୟକଙ୍କୁ ଲଗାଇବାକୁ କହିଥିଲେ। କିନ୍ତୁ ନର୍ସ ଡାକ୍ତର ପାଖରୁ ଲିଖିତ ଆଣିବାକୁ କହିଲେ। ସେହି ସମୟରେ କାର୍ଯ୍ୟରେ ଥିବା ଡ଼ା ମାଧବ ସେଠୀ ଉକ୍ତ ଶିଶୁର ଅବସ୍ଥା ଦେଖି ଭ୍ୟାନ୍ ଫ୍ଲୋ ତୁରନ୍ତ ଲଗାଇବାକୁ ନର୍ସୀଂ ଅଫିସର ରଞ୍ଜିତା ନାୟକଙ୍କୁ କହିଥିଲେ।ହେଲେ ନର୍ସ ଡାକ୍ତର ଙ୍କ କଥାକୁ ଭ୍ରୁକ୍ଷେପ ନକରି ଓଲଟା ଜାତିଆଣ ଶବ୍ଦ ଲଗାଇ ଶିଶୁ ର ବାପା ଓ ମା ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।
ଏ ନେଇ ମଧ୍ୟ ରୋଗୀର ସହଯୋଗୀ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଚିକିତ୍ସାଧିକାରୀ ଲିଖିତ ଦେବାକୁ କହିଥିଲେ। ଏହାକୁ ଭିତ୍ତିକରି ରୋଗୀର ସହଯୋଗୀ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ ସାକ୍ଷାତ କରି ନର୍ସୀଂ ଅଫିସର ରଞ୍ଜିତା ନାୟକଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ଭଦ୍ରକ ଓ ଜିଲ୍ଲାପାଳ ଭଦ୍ରକଙ୍କୁ ମଧ୍ୟ ଅଭିଯୋଗ ଦିଆଯାଇଛି ବୋଲି ଅଭିଯୋଗକାରୀ ମାନେ କହିଛନ୍ତି। କିନ୍ତୁ ଅପରପକ୍ଷେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା ସାମନ୍ତସିଂହାର ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି କି ଏବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯିବ ଏବଂ ତାଙ୍କ ନିର୍ଦ୍ଦେଶରେ ସଠିକ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ନର୍ସିଂ ଅଫିସରଙ୍କୁ ସେପ୍ଟେମ୍ବର ମାସରେ ତାଙ୍କୁ ଏଠାରୁ ବଦଳି କରାଯାଇଥିଲା, କିନ୍ତୁ ନର୍ସ ଜଣଙ୍କ ଏତେ କ୍ଷମତାଶାଳୀ ବ୍ୟକ୍ତି ଯେ ବଦଳି ହେବାର ମାତ୍ର ଦୁଇଦିନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ହାତ ବାରିସି କରି ଉକ୍ତ ବଦଳି ନିର୍ଦ୍ଦେଶକୁ ରଦ୍ଦ କରି ପୁନର୍ବାର ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇ ଥିଲେ। ଏପରି ବାରମ୍ବାର ଡାକ୍ତରଖାନାକୁ ଆସୁଥିଵା ରୋଗୀ ଓ ତାଙ୍କ ସଂପର୍କିୟମାନଙ୍କୁ ର୍ଦୁବ୍ୟଵହାର କରୁଥିବାର ଅଭିଯୋଗ କରୁଥିବାର ପ୍ରମାଣ ଵିଭାଗିୟ ଅଧିକାରୀ ଜାଣିବା ପରେ ମଧ୍ୟ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତାହେଲେ ମେଡିକାଲ ସମୁଖରେ ଧାରଣାରେ ଵସିଵେ ଵୋଲି ଚେତାବନୀ ଦେଇଛନ୍ତି।