Photo Gallery: କେମିତି ଥିଲା ରାଜ୍ୟ ବିଜେପିର ଆଜିର କାର୍ଯ୍ୟକ୍ରମ, ଦେଖନ୍ତୁ ଝଲକ

ଏଥି ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ, ସେ ଦୁଇଜଣ ହେଉଛନ୍ତି, କନକବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ।

1/6

୧୨ ଜୁନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଥମଥର ଜନତା ମୈଦାନରେ ଏଥିନେଇ ଏକ ବିଶାଳ ଶପଥଗ୍ରହଣ ସମାବେଶ ଆୟୋଜନ କରାଯାଇଛି। ବିଧି ଅନୁସାରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏଥିରେ ପ୍ରଧାନମନ୍ତ୍ରୀ ବିଶେଷ ଆକର୍ଷଣ ସାଜି ଯୋଗ ଦେବେ। 

2/6

ସପ୍ତଦଶ ବିଧାନସଭାର ନେତା ତଥା ରାଜ୍ୟର ୨୭ତମ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝିଙ୍କ ନାଁ ଚୟନ ପୂର୍ବରୁ ବିଜେପି ସଂସଦୀୟ ଦଳ କମିଟି ଏବଂ ବିଧାୟକ ଦଳ ଅନେକ କସରତ କରିଥିଲେ। ରାଜ୍ୟରେ ସଂଗଠନକୁ ସୁଦୃଢ଼ କରିବା, ପୂର୍ବ ସରକାର ବିରୁଦ୍ଧରେ ଲୋକେ ଯେଉଁ ଅଭୂତ ପୂର୍ବ ସମର୍ଥନ ଦେଇଛନ୍ତି ତାହାକୁ ନିରନ୍ତର ଭାବେ ବଜାୟ ରଖିବା ଏବଂ ବିକାଶ କ୍ଷେତ୍ରରେ ରାଜ୍ୟକୁ ଆଗକୁ ନେବା ପ୍ରଭୃତି ବିଷୟ ଉପରେ ଚିନ୍ତା କରି ଶ୍ରୀ ମାଝିଙ୍କୁ ନେତା ଭାବେ ଚୟନ କରାଯାଇଥିଲା। 

3/6

ଏହାପରେ କେନ୍ଦ୍ରୀୟ ସଂସଦୀୟ କମିଟିର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପିନ୍ଦର ଯାଦବ ଆଜି ଅପରାହ୍ଣରେ ନେଇ ଭୁବନେଶ୍ୱର ପହଞ୍ଚିଥିଲେ। ଜଣେ ପରେ ଜଣେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ। 

4/6

ରାଜ୍ୟ ସଭାପତି  ମନମୋହନ ସାମଲ, କନକବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ର, ସଙ୍ଗୀତାକୁମାରୀ ସିଂହ ଦେଓ, ମାନସ ଦତ୍ତଙ୍କ ସହ ଆଲୋଚନା କରିଥିଲେ। ପରେ ବିଧାୟକ ଦଳ ଆଗରେ ପ୍ରସ୍ତାବକୁ ଉପସ୍ଥାପନ କରି  ସର୍ବସମ୍ମତ୍ତି ହାସଲ କରାଯାଇଥିଲା। 

5/6

ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଶ୍ରୀ ମାଝି କହିଛନ୍ତି ଯ, ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। ସାଢ଼େ ୪ କୋଟି ଓଡ଼ିଶାର ଲୋକ ଯେଉଁମାନେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଦୀର୍ଘ ୨୪ ବର୍ଷର ଶାସନର ଅନ୍ତ ହୋଇଛି। ଯେଉଁ ଲକ୍ଷ୍ୟରେ ଲୋକେ ଆସ୍ଥା ପ୍ରକଟ କରିଛନ୍ତି ତାହାକୁ ପୂରଣ କରିବ ବିଜେପି। ଏବଂ ଆଗାମୀ ଦିନରେ ଭାରତବର୍ଷରା ଓଡ଼ିଶାକୁ ଏକ ନମ୍ବର କରିବା ଲାଗି ପ୍ରତିଶୃତି ବଦ୍ଧ ବୋଲି କହିଥିଲେ।

6/6

୧୨ ଜୁନରେ ଓଡ଼ିଶା ରାଜନୈତିକ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେବ । ମୁଖ୍ୟମନ୍ତ୍ରୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link