Temple: ଲିଙ୍ଗରାଜ ମନ୍ଦିରଠୁ ପୁରୁଣା ଏକ ଶିବ ମନ୍ଦିର, ଯେଉଁଠି ହୋଇଥିଲା ଗଜପତିଙ୍କ ରାଜାଭିଶେକ

Kapileswara Temple: (ମନୋଜ ମଲିଆ) ପୁରୁଣା ଭୁବନେଶ୍ୱରର କପିଳେଶ୍ୱର ଗାଁର ଦକ୍ଷିଣ ସୀମାରେ ରହିଛି କପିଳେଶ୍ୱର ମହାଦବେଙ୍କ ମନ୍ଦିର, ଯାହା ଶ୍ରୀ ଲିଙ୍ଗରାଜ ମନ୍ଦିରଠୁ ବି ପୁରୁଣା ଏକ ଉତ୍କଳୀୟ କିର୍ତ୍ତି।

ପ୍ରିୟମ୍ବଦା ରଣା Jan 02, 2025, 19:54 PM IST
1/13

Kapileswara Temple: ପୁରୁଣା ଭୁବନେଶ୍ୱରର କପିଳେଶ୍ୱର ଗାଁର ଦକ୍ଷିଣ ସୀମାରେ ରହିଛି କପିଳେଶ୍ୱର ମହାଦବେଙ୍କ ମନ୍ଦିର, ଯାହା ଶ୍ରୀ ଲିଙ୍ଗରାଜ ମନ୍ଦିରଠୁ ବି ପୁରୁଣା ଏକ ଉତ୍କଳୀୟ କିର୍ତ୍ତି। 

2/13

 ପୁଣି ଏହି ମନ୍ଦିରକୁ ଲିଙ୍ଗରାଜଙ୍କ ନୀତି କାନ୍ତିରେ କପିଳମୁନିଙ୍କ ଆସ୍ଥାନ ଭାବେ ବର୍ଣ୍ଣନା କରାଯାଇଛି। 

3/13

ମନ୍ଦିରଟିକୁ ନେଇ ଅନେକ କାହାଣୀ ରହିଛି। ଏହା ଶିବ ମନ୍ଦିର ହୋଇଥିଲେ ମଧ୍ୟ ଅଧିଷ୍ଠାତା ଦେବତା କପିଳେଶ୍ୱରଙ୍କୁ କେହି କେହି ସ୍ୱୟଂ ଜଗନ୍ନାଥ ବୋଲି ବର୍ଣ୍ଣନା କରିଛନ୍ତି।

4/13

ଏହି ମନ୍ଦିରଟିରେ ମୁଖ୍ୟତଃ ୪ଟି ଅଙ୍ଗ ରହିଛି। ଗୋଟିଏ ହେଉଛି ବିମାନ, ଦ୍ୱିତୀୟରେ ଜଗମୋହନ, ତୃତୀୟରେ ନାଟ ମଣ୍ଡପ ଏବଂ ଚତୁର୍ଥ ଅଙ୍ଗଟି ହେଉଛି ଭୋଗ ମଣ୍ଡପ। 

5/13

ମନ୍ଦିର ଅଗଣାରେ ଏକ ସୁ ଉଚ୍ଚ ମଣ୍ଡପ ରହିଛି। ମନ୍ଦିର ଚାରିପଟେ  ୮ ଫୁଟ ଉଚ୍ଚ ମାଙ୍କଡ଼ା ପଥରର ପ୍ରଚୀର ନିର୍ମାଣ କରାଯାଇଛି। 

6/13

ମନ୍ଦିରପାର୍ଶ୍ୱରେ ଏକ ବିଶାଳ ପୁଷ୍କରିଣୀ ରହିଛି। ପୁଷ୍କରିଣୀର ଗଭୀରତା ୧୬ ଫୁଟ ହୋଇଥିବା ବେଳେ ଦୈର୍ଘ୍ୟ ୨୨୦ ଫୁଟ ଏବଂ ପ୍ରସ୍ଥ ୧୬୪ ଫୁଟ। 

7/13

ପ୍ରତିଶୃତି ଅନୁସାରେ ଶ୍ରୀ ଲିଙ୍ଗରାଜ କପିଳମୁନିଙ୍କୁ ଭେଟିବା ଲାଗି ଏହି ଯାତ୍ରା ଉଦ୍ଦିଷ୍ଟ। 

8/13

ପ୍ରଭୁ ଲିଙ୍ଗରାଜ ଏହି ଯାତ୍ରାରେ କପିଳେଶ୍ୱରଙ୍କ ମନ୍ଦିରକୁ ଆସନ୍ତି। 

9/13

ପ୍ରତିବର୍ଷ ଏଠାରେ ହାଣ୍ଡିଭଙ୍ଗା ଯାତ୍ରା ହୁଏ, ଯାହା ଶାସ୍ତ୍ର ଓ ପରମ୍ପରାରେ ଏକ ଅନନ୍ୟ ଯାତ୍ରା ହୋଇଥାଏ। 

10/13

ଏହାକୁ ହରିହର ଭେଟ କୁହାଯାଏ। 

11/13

 ତା ପରେ ତାଙ୍କୁ କପିଳେଶ୍ୱରଙ୍କ ପାଖକୁ ଭେଟ କରାଇଥାଆନ୍ତି। 

12/13

ଏଠାକୁ ଆସିବା ପରେ ସେବାୟତମାନେ ଶ୍ରୀ ଲିଙ୍ଗରାଜଙ୍କୁ ସ୍ୱାଗତ କରି ମନ୍ଦିର ଅଗଣାରେ ଥିବା ମଣ୍ଡପରେ ସ୍ନାନ କରାଇଥାଆନ୍ତି।

13/13

ଏହି ମନ୍ଦିରର କାନ୍ଥରେ ଅନେକ ପ୍ରାଚୀନ ମୂର୍ତ୍ତି ରହିଛନ୍ତି। ପ୍ରବେଶ ଦ୍ୱାର ନିକଟରେ ରହିଥିବା ଏକ ମୂର୍ତ୍ତିଙ୍କୁ ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ମୂର୍ତ୍ତି ବୋଲି ଗ୍ରହଣ କରାଯାଉଛି। ଏପରିକି ଏହା ତାଙ୍କ ରାଜାଭିଶେକର ମୂର୍ତ୍ତି ବୋଲି କୁହାଯାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link