Lord Jagannath: ଜାଣନ୍ତୁ କାର୍ତ୍ତିକ ମାସରେ କେତେ ବେଶରେ ସଜେଇ ହୁଅନ୍ତି ମହାପ୍ରଭୁ, ଫଟୋରେ ଦେଖନ୍ତୁ ଖବର

Lord Jagannath: କାର୍ତ୍ତିକ ମାସକୁ ସବୁଠୁ ଶ୍ରଷ୍ଠ ମାସ ବୋଲି କୁହାଯାଏ। ସନାତନ ଧର୍ମରେ କାର୍ତ୍ତିକ ମାସକୁ ସମ୍ପୂର୍ଣ୍ଣ ଭାବେ ଶୁଭ ବୋଲି ବିବେଚାନ କରାଯାଏ। ଏହି ପବିତ୍ର ମାସରେ ଲୋକେ ଆମିଷ ଭକ୍ଷଣ ନ କରି ପୂଜାପାଠରେ ଅଧିକ ସମୟ ଦେଇଥାଆନ୍ତି। ଧର୍ମ କାର୍ଯ୍ୟ ପାଇଁ ଏହି ମାସଟି ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହି ମାସଟି ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ କରି କୃତ୍ତିକା ନକ୍ଷତ୍ରଯୁକ୍ତ କାର୍ତ୍ତିକ ପୂଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ତେବେ, ଏହି ମାସରେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଏକାଧିକ ବେଶ୍ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ମହା କାର୍ତ୍ତିକ ମାସରେ ଜଗନ୍ନାଥ କେଉଁ ସବୁ ବେଶ ଧାରଣ କରିଥାଆନ୍ତି ମହାବାହୁ....

Narmada Behera Tue, 05 Nov 2024-12:44 pm,
1/6

ରାଧାଦାମୋଦର ବେଶ : କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ବେଶ ହେବ। କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ନାମ ରାଧାଦାମୋଦର ବୋଲି ନାମକରଣ କରାଯାଇଛି। 

ALSO READ: Gajapati Maharaja: ଜଗନ୍ନାଥ ସଂସ୍କୃତିକୁ ଅବମାନନା କରୁଛି ଇସ୍କନ, ଧମକ ଦେଲେ ଗଜପତି ମହାରାଜା...

ALSO READ: Gold Rate Today: ସୁନା ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି ଖସିଲା ଭରି ପିଛା ମୂଲ୍ୟ

 

2/6

ଲକ୍ଷ୍ମୀନାରାୟଣ ବେଶ : କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ୟ ଖୁବ ସୁନ୍ଦର। ଯାହା ଭକ୍ତଙ୍କ ମନ କିଣିଥାଏ। 

 

3/6

ବାଙ୍କଚୂଡ଼ା ବେଶ : ସେହିପରି ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। 

 

4/6

ଆଡ଼କିଆ ବେଶ :  ସହିପରି କାର୍ତ୍ତିକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼କିଆ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ୨ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । 

 

5/6

ଲକ୍ଷ୍ମୀନୃସିଂହ ବେଶ : ପଞ୍ଚକର ଚତୁର୍ଥ ଦିନରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥାଏ ।  ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ସେବାୟତମାନେ ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି ।

 

6/6

ରାଜରାଜେଶ୍ୱର ବେଶ : କାର୍ତ୍ତିକ ପୂର୍ଣ୍ଣିମା ଦିନ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ରାଜ ରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥାଏ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link