Odisha News: ବସ୍ତି ବାସିନ୍ଦାଙ୍କୁ ଭଲ ଘର ବାଣ୍ଟିଲେ ରାଜ୍ୟ ସରକାର, ଜାଣନ୍ତୁ ପୁରା ଖବର...

Odisha News: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ରାଜ୍ୟର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଭାବରେ ବସ୍ତି ଗୁଡିକର ପୁନଃ ନିର୍ମାଣ କରିବା ସହିତ ସୁଲଭ ଗୃହ ନିର୍ମାଣ କରି ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଅଗ୍ରାଧିକାର ଭିତ୍ତିରେ ବାସୋପୋଯୋଗୀ ଗୃହ ଆବଣ୍ଟନ କରି ଆସୁଅଛି।

ପ୍ରିୟମ୍ବଦା ରଣା Nov 19, 2024, 18:59 PM IST
1/5

Odisha News: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ରାଜ୍ୟର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଭାବରେ ବସ୍ତି ଗୁଡିକର ପୁନଃ ନିର୍ମାଣ କରିବା ସହିତ ସୁଲଭ ଗୃହ ନିର୍ମାଣ କରି ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ  ଅଗ୍ରାଧିକାର ଭିତ୍ତିରେ ବାସୋପୋଯୋଗୀ ଗୃହ ଆବଣ୍ଟନ କରି ଆସୁଅଛି।

2/5

ଚନ୍ଦ୍ରଶେଖରପୁର ମୌଜ଼ାରେ ୨୦ ଏକର ପରିମିତ ଜାଗାରେ ୨୬୦୦ଟି ଗୃହ ନିର୍ମାଣ ପାଇଁ ଯୋଜନା ହୋଇଅଛି ଏବଂ ତନ୍ମଧ୍ୟରୁ ୮୨୦ ଟି ଘରର ନିର୍ମାଣ ସମ୍ପୂର୍ଣ ହୋଇପାରିଛି। ଏଠାରେ ଅଦ୍ୟାବଧି  ୬୯୦ ଟି  ଘରର ଆବଣ୍ଟନ ହୋଇସାରିଛି  ଏବଂ ଅଦ୍ୟ ୪୭ଟି ଯୋଗ୍ୟ ହିତାଧିକାରୀ ପରିବାରକୁ ଘର ଆବଣ୍ଟନ କରାଯାଇଛି। ଅବଶିଷ୍ଟ ୧୮୬୩ ଗୃହ ପର୍ଯ୍ୟାୟ କ୍ରମେ ଆବଣ୍ଟନ କରାଯିବ।

3/5

  କେୟାର ହସ୍ପିଟାଲ ନିକଟସ୍ଥ ନୀଳମାଧଵ ବସ୍ତିର ଏ ୮.୧୮ ଡେସିମିଲ୍ ଜାଗାରେ ୧୨୦୦ ଟି ଗୃହ ନିର୍ମାଣ କରାଯିବ ପାଇଁ ଯୋଜନା ରଖାଯାଇଛି। ଏଥିରୁ ୯୬୦ଟି ଗୃହର କାର୍ଯ୍ୟ ଶେଷ ହୋଇଛି  ଏବଂ ୫୦୭ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦିଆଯାଇଛି। ଅଦ୍ୟ ଏଠାରେ ୩୬ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦିଆଯାଇପାରିଛି। ଅବଶିଷ୍ଟ ୬୫୭ଟି ପରିବାରକୁ ପର୍ଯ୍ୟାୟ କ୍ରମେ ଘର ଯୋଗାଇ ଦିଆଯିବ।

 

4/5

 ସୁବୁଧିପୁରଠାରେ ବରୁଣେଇ ଏନକ୍ଲେଭ୍ ରେ ମୋଟ ୩୪୨ ଟି ଘର ନିର୍ମାଣ ପାଇଁ ଯୋଜନା କରାଯାଇଥିବାବେଳେ ସମସ୍ତ ୩୪୨ ଟି ଘରର ନିର୍ମାଣ ହୋଇସାରିଛି। ଆଜି ୨୮ଟି ଯୋଗ୍ୟ ପରିବାରକୁ  ଏଠାରେ  ଗୃହ ଯୋଗାଇ ଦିଆଯିବ ଏବଂ ବଳକା ୧୩୫ଟି ଗୃହ କୁ ପର୍ଯ୍ୟାୟ କ୍ରମେ ଆବଣ୍ଟନ କରାଯିବ।

5/5

 ସେହିଭଳି ସତ୍ୟନଗରଠାରେ ଥିବା ଶାନ୍ତିପଲ୍ଲୀ ବସ୍ତିକୁ ୧୦ ଏକର ଜାଗାରେ ପୁନଃ ନିର୍ମାଣ କରାଯାଇ ୧୩୦୦ଟି ଗୃହ ନିର୍ମାଣ କରାଯିବାର ଲକ୍ଷ ରଖାଯାଇଛି। ଅଦ୍ୟାବଧି ଏଠାରେ ୫୬୦ ଟି ଗୃହର କାର୍ଯ୍ୟ ଶେଷ ହୋଇସାରିଛି ଏବଂ ୪୫୧ଟି ଯୋଗ୍ୟ ପରିବାରକୁ ଗୃହ ଆବଣ୍ଟନ କରାଯାଇଛି। ଆଜି ୩ଟି ପରିବାରକୁ ଏହି କେଶରୀ ରେସିଡେନ୍ସି ରେ ଘର ଆବଣ୍ଟନ କରାଯାଇଛି ଏବଂ ଅବଶିଷ୍ଟ ୮୪୬ ପରିବାରକୁ ପର୍ଯ୍ୟାୟ କ୍ରମେ ଗୃହ ଆବଣ୍ଟନ କରାଯିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link