Plus Two Exam: ଭୁବନେଶ୍ୱର: ପରୀକ୍ଷାରେ ଶତ ପ୍ରତିଶତ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ପ୍ରୟାସ କରାୟାଉଛି। ପରୀକ୍ଷାରେ କପି ରୋକିବା ଲକ୍ଷ୍ୟରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ତେବେ ପରୀକ୍ଷାରେ ଆହୁରି ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସମସ୍ତ ପରୀକ୍ଷା ସମୟରେ ଲାଇଭ ଷ୍ଟ୍ରିମିଂ କରାଯିବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦକୁ ଲାଇଭ ଷ୍ଟ୍ରିମିଂ ଲିଙ୍କ ଦିଆଯିବ। ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷା ପରିଚାଳନା ବହକୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ। ଯଦି କୌଣସି ଠାରୁ କପି କରାଯାଉଥିବା ଜଣାପଡ଼େ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ପ୍ରତିବର୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କାଉନସିଲ ପକ୍ଷରୁ ରାଜ୍ୟର ସମସ୍ତ +୨ କଲେଜମାନଙ୍କୁ କୁହାଯାଉଥିଲେ ମଧ୍ୟ ଅନେକ ଏହି ନିୟମ ପାଳନ କରୁନାହାନ୍ତି। ଅନେକ ସ୍ଥାନରେ ଖୋଲାଖୋଲି କପି ହେଉଛି। ତେଣୁ ଏହି ସବୁ ଅସୁବିଧା ସାମ୍ନାକୁ ଆସିବା ପରେ ଚଳିତ ବର୍ଷ କଟକଣା କଡ଼ାକଡ଼ି କରିବା ଲାଗି ଯୋଜନା ହେଉଛି। ତେବେ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ଇନଷ୍ଟଲେସନ ନେଇ ସ୍ଥିତି କଣ ତାର ରିପୋର୍ଟ ଡିସେମ୍ବର ୧୫ ସୁଦ୍ଧା କାଉନସିଲକୁ ଜଣାଇବା ଲାଗି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସବୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି  ଜଣାଇଛନ୍ତି।