୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ
Pm Narendra Modi: ଆଉ ମାତ୍ର କିଛି ଦିନ ମଧ୍ୟରେ ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସର ମେଗା କାର୍ଯ୍ୟକ୍ରମ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ୧୦ଟି ବିଶାଳ ହ୍ୟାଙ୍ଗର ଛିଡ଼ା ହେଲାଣି। ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ୫ଟି ପାଭିଲିୟନ୍ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବ।
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁୟାରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ତାରିଖ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ। ରାଜଭବନରେ ରାତ୍ର ରହଣୀ କରିବେ। ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ଜନତା ମଇଦାନ ଯିବେ ନରେନ୍ଦ୍ର ମୋଦି। ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ।
ସୂଚନାଯୋଗ୍ୟ ଯେ, ଆଉ ମାତ୍ର କିଛି ଦିନ ମଧ୍ୟରେଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସର ମେଗା କାର୍ଯ୍ୟକ୍ରମ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ୧୦ଟି ବିଶାଳ ହ୍ୟାଙ୍ଗର ଛିଡ଼ା ହେଲାଣି। ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ୫ଟି ପାଭିଲିୟନ୍ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବ। ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ପ୍ରବାସୀଙ୍କ ଆଗରେ ଓଡ଼ିଶାର ଗୌରବମୟ ଐତିହ୍ୟ ଓ କଳାକୁ ପ୍ରଦର୍ଶିତ କରିବାକୁ ଯୋଜନା ଚାଲିଛି। କାର୍ଯ୍ୟକ୍ରମରେ ସବୁଠୁ ବଡ଼ ହ୍ୟାଙ୍ଗରରେ ଉଦ୍ଘାଟନୀ ଓ ଉଦ୍ଯାପନୀ ମଞ୍ଚ ରହିବ।