PM Narendra Modi: ଆସନ୍ତା ୩ ତାରିଖରେ ଅର୍ଥାତ୍ ଆସନ୍ତା କାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଶନିବାର ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନବନ୍ଦରରୁ ବାୟୁ ‌ସେନା ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦର(Jharshuguda Airport)ରେ ଅବତରଣ କରିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ସମ୍ବଲପୁର(Sambalpur)ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ଆଇଆଇଏମ୍‌ କ୍ୟାମ୍ପସକୁ ଯିବାର କାର୍ଯ୍ୟକ୍ରମ ରହିଛି।


COMMERCIAL BREAK
SCROLL TO CONTINUE READING

ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର IIM ର ନୂତନ କୋଠାକୁ ଉଦଘାଟନ କରିବେ। ସେଦିନ ସେ IIM ପରିସରରେ ନିର୍ମିତ ଅସ୍ଥାୟୀ ହେଲିପେଡରେ ଦିନ ଦୁଇଟା ପନ୍ଦର ମିନିଟ ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।ଏହା ପରେ ସେ ନୂତନ କ୍ୟାମ୍ପସର ଫିତା କାଟିବେ ବୋଲି ସୂଚନା ମିଳିଛି। ସେଥିପାଇଁ ସମସ୍ତେ ଉତ୍ସାହିତ ରହିଥିବା ବେଳେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ। ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୨୧ ମସିହା ଜାନୁଆରୀ ମାସ ଦୁଇ ତାରିଖରେ ଏହି କ୍ୟାମ୍ପସର ଶିଳାନ୍ୟାସ କରିଥିଲେ।


ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁଆ ଟେଷ୍ଟିଂ କରିବା, ଆଉ ଦୁଇଟି ଅତିରିକ୍ତ ଜେନେରେଟର ରଖିବା, ଡାକବାଜି ଯନ୍ତ୍ର ଯେପରି ଭଲ ଭାବେ ବାଜିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।