ଭୁବନେଶ୍ଵର: ଆଜି କଟକ-ଭୁବନେଶ୍ଵର ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଏହାସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ କମିଶନର। ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ଗସ୍ତ ପୂର୍ବରୁ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଆଜି ସକାଳେ ପ୍ରଥମେ ବରମୁଣ୍ଡା ଏବଂ ପରେ ନୟାପଲ୍ଲୀ ପୂଜା ମଣ୍ଡପରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତିି କମିଶନର। ପୂଜା ମଣ୍ଡପରେ ପହଞ୍ଚି ପୂଜା କମିଟି ସହ ଆଲୋଚନା କରିବା ସହ ମା' ଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ମା' ଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାଟଣା ସାହି ପୂଜାମଣ୍ଡପରେ ସେଠାକାର ବିଶେଷାଙ୍କ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୟରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରୁ ଦେଖିବା ଲାଗି ଲୋକଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଥିଲା। ତାଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂହ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଓ ରଶ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ଆହୁର ୮ଟି ପୂଜାମଣ୍ଡପ ବୁଲିବେ ବୋଲି ସୂଚନା ରହିଛି।


ସେହିପରି ପୂଜା ମଣ୍ଡପ ବୁଲିଲେ ନବୀନ । ରାଜ୍ୟବାସୀଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି। ରାଜଧାନୀର ୩ଟି ମଣ୍ଡପ ବୁଲି ମା' ଙ୍କ ଆଶିଷ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମ ରସୁଲଗଡ଼ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ। ଏହାପରେ ସହିଦନଗର ପୂଜାମଣ୍ଡପରେ ମା’ଙ୍କ ଆଶୀର୍ବାଦ ନେଇଥିଲେ। ମହାଷ୍ଟମୀରେ ମା’ଙ୍କ ପୂଜାରେ ସାମିଲ ହେଲେ ନବୀନ ପଟ୍ଟନାୟକ। ଶେଷରେ ବଡ଼ଗଡ଼ ଦୁର୍ଗାପୂଜା ମଣ୍ଡପ ଯାଇ ମା’ଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ସକାଳ ସାଢେ ୧୦ଟାରୁ ପ୍ରାୟ ଘଣ୍ଟାଏ ଯାଏଁ ମଣ୍ଡପ ଯାଇଁ ମାଆଙ୍କୁ ଦର୍ଶନ କରିଛନ୍ତି ନବୀନ।