ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ। ଗୃହ ବିଭାଗରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ। କେବଳ ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ। ଏଥିରେ କିଛି ଖାଲି ପଦବୀ ହୋଇଥିବା ବେଳେ କିଛି ନୂଆ ପଦବୀ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ୫ ହଜାର ଗୃହରକ୍ଷୀ ପଦବୀ ମଧ୍ୟ ପୂରଣ ହେବ। ଏହି ପଦବୀ ଆଗରୁ ୨ହଜାର ୪୧୬ ରହିଥିଲା। ଏହାକୁ ସରକାର ୫ହଜାରକୁ ବୃଦ୍ଧି କରିବାକୁ ଯାଉଛନ୍ତି। ଏଥିସହ ଗୃହରକ୍ଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ସେମାନଙ୍କ ସହାୟତା ରାଶିକୁ ସରକାର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି।