Potato Price: ଆଳୁ ଦର ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗୋଟିଏ ପଟେ ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଲାଗି ସରକାର ନେଉଥିବା ପଦକ୍ଷେପ ଫେଲ ମାରିବା ଏବଂ ଅନ୍ୟ ପକ୍ଷରେ ପଡ଼ୋଶୀ ପଶ୍ଚିମବଙ୍ଗ ସରକାର ରାଜ୍ୟରୁ ଆଳୁ ରପ୍ତାନୀ ଉପରେ କଟକଣା ଜାରି କରିବା ହେତୁ ରାଜ୍ୟରେ ଆଳୁ ଦର ବଢ଼ିବାରେ ଲାଗିଛି।  ସରକାରୀ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ସରକାର ଆଳୁ ଦର ୩୨ ଟଙ୍କା ଭିତରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା ମଧ୍ୟ ଆଳୁ ୪୦ ଉପରେ ବିକ୍ରି ହେଉଛି ।


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ଗତକାଲି ନିତି ଆୟୋଗ ବୈଠକରେ ଆଳୁ ଯୋଗାଣକୁ ନିରନ୍ତର କରିବା ଲାଗି  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ମଧ୍ୟ ସ୍ଥିତି ସୁଧୁରି ନାହିଁ। ପଶ୍ଚିମବଙ୍ଗର ବିଭିନ୍ନ ଚେକ୍‍ ଗେଟରେ ପୁଲିସ ଅବରୋଧ କରି ଗାଡ଼ି ପକାଇ ରଖିଥିବା କହିଛନ୍ତି ବ୍ୟବସାୟୀ।
 



ରାଜ୍ୟରେ ଆଳୁ ଉତ୍ପାଦନକୁ ନେଇ ଏବେ ପ୍ରଶ୍ନ ଉଠିଛି। ରାଜ୍ୟରେ ପ୍ରତି ବର୍ଷ ୧୪ ଲକ୍ଷ ୫୦ ହଜାର ମେଟ୍ରିକଟନ୍‍ ଆଳୁ ଆବଶ୍ୟକ ଥିବା ବେଳେ ଏଠାରେ ମାତ୍ର ୧୫୦ ମେଟ୍ରିକ୍‍ ଟନ୍‍ ଆଳୁ ଉତ୍ପାଦନ ହୋଇଥାଏ। ରାଜ୍ୟ ସରକାର ପୂର୍ବରୁ ଆଳୁ ମିଶନ ସହାୟତାରେ ଆଳୁ ଉତ୍ପାଦନ ବୃଦ୍ଧି ଓ ସଂରକ୍ଷଣ ପାଇଁ ସହାୟତା ଘୋଷଣା କରିଥିଲେ ମଧ୍ୟ ତାହାର ଠିକଣା ପରିଚାଳନା ଅଭାବ ହେତୁ ରାଜ୍ୟ୍ୟରେ ୧୦ରୁ କମ୍ ଶୀତଳ ଭଣ୍ଡାର କାର୍ଯ୍ୟାରୀ ହେଉଥିବା ଖୋଦ୍‍ ଖାଉଟି କଲ୍ୟାଣ ମନ୍ତ୍ରୀ ସ୍ୱୀକାର କରିଛନ୍ତି।