PMFBY: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା; ୨,୦୭,୮୮୭ ଗୋଟି କ୍ଷତିଗ୍ରସ୍ତ ପ୍ଲଟକୁ ୪୫.୨୮ କୋଟି ପ୍ରଦାନ
![PMFBY: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା; ୨,୦୭,୮୮୭ ଗୋଟି କ୍ଷତିଗ୍ରସ୍ତ ପ୍ଲଟକୁ ୪୫.୨୮ କୋଟି ପ୍ରଦାନ PMFBY: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା; ୨,୦୭,୮୮୭ ଗୋଟି କ୍ଷତିଗ୍ରସ୍ତ ପ୍ଲଟକୁ ୪୫.୨୮ କୋଟି ପ୍ରଦାନ](https://hindi.cdn.zeenews.com/hindi/sites/default/files/styles/zm_500x286/public/2025/01/29/3636781-farmer.png?itok=mKsdLMKO)
ଅମଳ ପରବର୍ତ୍ତୀ ଫସଲ କ୍ଷତି ବାବଦରେ ୨,୦୭,୮୮୭ ଗୋଟି କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ୪୫.୨୮ କୋଟି ପ୍ରଦାନ କରାଯାଇଛି । ଏହି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲରେ ମୋଟ ୨,୧୯,୮୩୪ ଗୋଟି ପ୍ଲଟ ବାବଦରେ କ୍ଷତିଗ୍ରସ୍ତ ଚାଷୀ ସୂଚନା ଦେଇଥିଲେ ।
ଭୁବନେଶ୍ୱର: ଅମଳ ପରବର୍ତ୍ତୀ ଫସଲ କ୍ଷତି ବାବଦରେ ୨,୦୭,୮୮୭ ଗୋଟି କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ୪୫.୨୮ କୋଟି ପ୍ରଦାନ କରାଯାଇଛି । ଏହି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲରେ ମୋଟ ୨,୧୯,୮୩୪ ଗୋଟି ପ୍ଲଟ ବାବଦରେ କ୍ଷତିଗ୍ରସ୍ତ ଚାଷୀ ସୂଚନା ଦେଇଥିଲେ । ସେଥି ମଧ୍ୟରୁ ୨,୦୭,୮୮୭ ଗୋଟି ଆବେଦନ ଯାଞ୍ଚ ପରେ ବୈଧ ହୋଇଛି ।
ସୂଚନାଯୋଗ୍ୟ ଗତ ଡିସେମ୍ବର ତୃତୀୟ ଏବଂ ଚତୁର୍ଥ ସପ୍ତାହରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଅମଳ ପରବର୍ତ୍ତୀ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ରାଜ୍ୟରେ ଥିବା ମୋଟ ୬୭୯୪ ଗୋଟି ଗ୍ରାମ ପଂଚାୟତ ମଧ୍ୟରୁ ୩୦୬୫ ଟି ଗ୍ରାମ ପଞ୍ଚାୟତ ରୁ ଫସଲ କ୍ଷତି ହୋଇଥିବାର ଅଭିଯୋଗ ଆସିଥିଲା ଏବଂ ସେଥିମଧ୍ୟରୁ ୧୯୪୫ ଗୋଟି ଗ୍ରାମ ପଞ୍ଚାୟତ ରେ ଶତକଡା ୨୫ ଭାଗରୁ ଅଧିକ କ୍ଷତି ହୋଇଥିବାର ସୂଚନା ମିଳିଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଏ ସଂକ୍ରାନ୍ତରେ କାର୍ଯ୍ୟ କରୁଥିବା ୪ ଗୋଟି ବୀମା କମ୍ପାନୀ ସମସ୍ତ ଅଭିଯୋଗର ତ୍ୱରିତ ତଦନ୍ତ ସମାପ୍ତ କରି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଥିଲେ ।
ସୂଚନାଯୋଗ୍ୟ ଯେ, ଉପରୋକ୍ତ କ୍ଷତିପୂରଣ କେବଳ ଅଦିନିଆ ବର୍ଷା ଜନିତ ଫସଲ ଅମଳ ପରବର୍ତ୍ତୀ କ୍ଷତି ପାଇଁ ପ୍ରଦାନ କରାଯାଇଛି। ୨୦୨୪ ଖରିଫ ଋତୁର ଫସଲ ଅମଳ ଜନିତ କ୍ଷୟକ୍ଷତିର ଆକଳନ ଜାରି ରହିଛି, ଯାହାକି ଖୁବ ଶୀଘ୍ର ଶେଷ ହେବ । ନିର୍ଦ୍ଧାରିତ ଅମଳରୁ କମ୍ ଅମଳ ହୋଇଥିଲେ ପ୍ରତିବର୍ଷ ପରି ପଞ୍ଜିକୃତ ଚାଷୀଙ୍କୁ ନିୟମାନୁସାରେ ଅମଳ ଜନିତ ବୀମା କ୍ଷତିପୂରଣ ପ୍ରଦାନ କରାଯିବ ।