ଭୁବନେଶ୍ୱର: ଆଜି ବିଜେଡିରେ ଦୁଇଟି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏଥିଲାଗି ଏକ ଘଣ୍ଟା ବ୍ୟବଧାନରେ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଥମ କାର୍ଯ୍ୟକ୍ରମ ଦିନ ୧୧ଟା ୪୫ରେ ସ୍ଥିର ହୋଇଥିବା ବେଳେ ଦ୍ୱିତୀୟ କାର୍ଯ୍ୟକ୍ରମ ଏକ ଘଣ୍ଟା ପରେ ଦିନ ୧୨ଟା ୪୫ରେ ସ୍ଥିର କରାଯାଇଛି। ଏହି ଦୁଇଟି ସମ୍ମିଳନୀରେ ଦୁଇ ପୂର୍ବତନ କଂଗ୍ରେସ ନେତାଙ୍କୁ ବିଜେଡି ଗ୍ରହଣ କରିବ ବୋଲି ସୂଚନା ମିଳିଛି। ଜଣେ ହେଉଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ତଥା ଗତକାଲି ବିଜେପି ଛାଡ଼ିଥିବା ପ୍ରକାଶ ବେହେରା ଏବଂ ଅନ୍ୟଜଣକ ହେଉଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ତଥା ଟିଟିଲାଗଡ଼ରେ ବିଜେଡିର ମୁଖ୍ୟ ପ୍ରତିଦ୍ୱିନ୍ଦ୍ୱୀ ସୁରେନ୍ଦ୍ର ସିଂହ ଭୋଇ। 


COMMERCIAL BREAK
SCROLL TO CONTINUE READING

ଗତକାଲି ଶ୍ରୀ ଭୋଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦବୀ ଗ୍ରହଣ କରୁଥିଲେ। ଶ୍ରୀ ଭୋଇ ତିନିଥର ବିଧାୟକ ମଧ୍ୟ ରହିଛନ୍ତି। ଦୀର୍ଘ ୩୮ ବର୍ଷ କାଳ ସେ କଂଗ୍ରେସ ସହ ସମ୍ପୃକ୍ତ ଥିଲା। ସଇଁତଳା ଏବଂ ଟିଟିଲାଗଡ଼ରେ ନିଜର ଲୋକପ୍ରିୟତା ରକ୍ଷା କରିଛନ୍ତି ଶ୍ରୀ ଭୋଇ। ଜଣେ ସଂଗଠକ ତଥା ବିଜେଡିକୁ ପୂର୍ଣ୍ଣ ଭାବେ ଟକ୍କର ଦେଇ ପାରୁଥିବା ନେତା ଭାବେ ପରିଚିତ ଶ୍ରୀ ଭୋଇଙ୍କୁ ବିଜେଡି ନିଜ ଶିବିରକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ବଲାଙ୍ଗୀର ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ କରିପାରେ।


ଠିକ୍‍ ସେହିପରି ଗତକାଲି ରାତି ୨ଟାରେ ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଦଳ ଛାଡ଼ିଛନ୍ତି। ସେ ମଧ୍ୟ ଶଙ୍ଖ ଭବନରେ ଆଜି ମିଶ୍ରଣ ପର୍ବରେ ଯୋଗ ଦେଇ ବିଜେଡିରେ ମିଶିବା ସମ୍ଭାବନା ରହିଛି। ସେ କଂଗ୍ରେସ ଟିକଟରୁ ୨୦୧୪ ନିର୍ବାଚନରେ ଜିତି ବିଧାୟକ ହୋଇଥିଲେ। ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ। ସେତେବେଳେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ହାରିଥିଲେ। ବିଜେପି ତାଙ୍କୁ କଟକ ଜିଲ୍ଲା ସଭାପତି ପଦରେ ଅଧିଷ୍ଠିତ କରିଥିଲା। ପାଞ୍ଚ ବର୍ଷ ପରେ ଆଜି ସେ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ମିଳିଛି।   ଏହା ହେଲେ ଶ୍ରୀ ବେହେରାଙ୍କ ଲଗାତାର ଭାବେ ପ୍ରତି ନିର୍ବାଚନରେ ଦଳ ବଦଳାଇବା ରେକର୍ଡ ରହିବ।


Also Read- Weather News: ରାଜ୍ୟରେ ୪ ଦିନ ଯାଏଁ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା


Also Read- ଜେଲ୍ କଟକଣା ଭାଙ୍ଗିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ