Pramila Mallick( ଭୁବନେଶ୍ୱର): ବିଜେଡିର ବରିଷ୍ଠ ମହିଳା ନେତା ତଥା ୬ ଥର ଯାଜପୁର ଜିଲ୍ଲାର ବିଞ୍ଝାରପୁର ଆସନରୁ ବିଧାୟକ ହୋଇଥିବା ପ୍ରମିଳା ମଲ୍ଲିକ (Pramila Mallick) ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି (first woman Speaker of Odisha Assembly)। ଉପବାଚସ୍ପତି ରଜନୀକାନ୍ତ ସିଂହ  ତାଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ଘୋଷଣା କରିବା ସହ ତାଙ୍କୁ ଆସନ ଗ୍ରହଣ କରିବାକୁ ନିମନ୍ତ୍ରଣ ଦେଇଥିଲା। ଏହାପରେ ପ୍ରମିଳା ମଲ୍ଲିକ ଗୃହ କାର୍ଯ୍ୟ ପରିଚାଳନା କରିଥିଲା। 


COMMERCIAL BREAK
SCROLL TO CONTINUE READING

ଆଜି ପ୍ରାତଃ ସାଢ଼େ ନଅଟା ସମୟରେ (Pramila Mallick ) ପ୍ରମିଳା ମଲ୍ଲିକଙ୍କ ନାମକୁ ବିଧାନସଭାର ବାଚସ୍ପତି ପଦ ପାଇଁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief minister Naveen Patnaik) ପ୍ରସ୍ତାବ କରିଥିଲେ । ତାହାକୁ ବରିଷ୍ଠ ମନ୍ତ୍ରୀ ନିରଞ୍ଜନ ପୂଜାରୀ(niranjan pujari) ସମର୍ଥନ କରିଥିଲେ। କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ବାଚସ୍ପତି ଉପସ୍ଥିତ ସଦସ୍ୟଙ୍କୁ ଏହି ନାମକୁ ପାରିତ କରିବା ପାଇଁ ଭୋଟ୍‍ ଗ୍ରହଣ କରିଥିଲେ। ବାଚନିକ ଭୋଟ୍‌  ମାଧ୍ୟମରେ ତାଙ୍କ ନାମ ପାରିତ ହୋଇଥିଲା। ଦାୟିତ୍ୱ ନେବା ପରେ ବାଚସ୍ପତି ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ନିଜର ଅଭିଭାଷଣ ରଖିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ପରେ ବିରୋଧୀ ଦଳ ପକ୍ଷରୁ ବିଜେପି (bjp) ନେତା ମୋହନ ମାଝି ଅଭିନନ୍ଦନ ଜଣାଇଥିଲେ। ଏହା ଏହି ପବିତ୍ର ଗୃହର ଗରିମା ବର୍ଦ୍ଧିତ କରିଥିବା କହିଥିଲେ। ଏହାଙ୍କ ପରେ କଂଗ୍ରେସ ପକ୍ଷରୁ ନରସିଂହ ମିଶ୍ର(narashingh mishra) ଅଭିନନ୍ଦନ ଜଣାଇଥିଲେ। ଏହାପରେ ପ୍ରମିଳା ମଲ୍ଲିକ ଏହି ନିର୍ବାଚନର ସର୍ବସମ୍ମତି କ୍ରମେ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ।


ପ୍ରମିଳା ମଲ୍ଲିକ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏବେ ଏହି ବିଭାଗର ଦାୟିତ୍ୱ ସୁଦାମ ମାର୍ଣ୍ଡି ସମ୍ଭାଳିବେ। ସରକାରଙ୍କ ପକ୍ଷରୁ ତାଙ୍କୁ ଏନେଇ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୁଦାମ୍ ମାରାଣ୍ତି ଏବେ ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ମେ ମାସ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଉପ ବାଚସ୍ପତି ତାଙ୍କ ଦାୟିତ୍ୱ ତୁଲାଇ ଆସୁଥିଲେ। ବିଧାନସଭାର ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ବାଚସ୍ପତିଙ୍କୁ ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିଲା। ଏଥିପାଇଁ ୨୧ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପଶ୍ଚିମ ଓଡ଼ିଶାରେ ନୂଆଖାଇ ଗଣପର୍ବ ପାଳନ ହେତୁ ୨୧ ତାରିଖ ନିର୍ବାଚନକୁ ବିରୋଧୀ କଂଗ୍ରେସ ଓ ବିଜେପି ବିରୋଧ କରିଥିଲେ। ଏହାପରେ ବିଧାନସଭା ପକ୍ଷରୁ ନିର୍ବାଚନକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିଲା।