Odisha News: କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଏସସିବି ନିୟୁ ମେଡ଼ିସିନ ବିଭାଗ ICUରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଖୋର୍ଦ୍ଧା ଜେଲରୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାନ୍ତ ଜଗଦ୍ଦେବଙ୍କ ଡାଇବେଟିସ ବଢିଯାଇଥିବା ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ମେଡ଼ିସିନ, ହୃଦ ବିଭାଗ ଓ ଏଣ୍ଡୋ କ୍ରାଇନ ବିଭାଗର ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।ସେମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏହା ସହ ତାଙ୍କର ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି। ଆଜି ତାଙ୍କର ଇକୋ କରାଯିବ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଏସସିବି ଅଧିକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।


ଗତକାଲି ରାତିରେ ଜେଲ ଭିତରୁ ତାଙ୍କର ଅଭିଯୋଗ ଓ ସୂଚନାକୁ ଆଖିରେ ରଖି କୋର୍ଟ ତାଙ୍କୁ ହସ୍‍ପିଟାଲ୍‍ ଭର୍ତ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଭୋର ୪ଟା ସମୟରେ ଜଗଦ୍ଦେବଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।


ଶ୍ରୀ ଜଗଦ୍ଦେବ ଏବେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତଙ୍କ ନାଁରେ ବୁଥ ଭିତରେ ଇଭିଏମ୍‍ ଭାଙ୍ଗିବା ଅଭିଯୋଗ ରହିଛି। ଏହି ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି।  ଗିରଫ ପରେ ତାଙ୍କର ଜାମିନ ନାମଞ୍ଜର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତରେ ଭର୍ତ୍ତି କରାଯାଇଛି।