ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ମୋଦୀ। ଏୟାରପୋର୍ଟରୁ ବାହାରି ଜନତା ମୈଦାନ ଅଭିମୁଖେ କଲେ ଯାତ୍ରା। ଉତ୍କର୍ଷ ଓଡିଶାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ସେଠାରେ ଉତ୍କର୍ଷ ଓଡିଶା ସମ୍ମିଳନୀକୁ କରିବେ ଉଦଘାଟନ। ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଜନତା ମଇଦାନକୁ ଯାଇଛନ୍ତି। ସେଠାରେ ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କନକ୍ଲେଭରେ ଦେଶ ବିଦେଶର ଜଣାଶୁଣା ଇଣ୍ଡଷ୍ଟ୍ରି ଟାଇକୁନ ଯୋଗ ଦେବେ। ଦୁଇଦିନିଆ କନକ୍ଲେଭରେ ବିଭିନ୍ନ ସେସନରେ ଅଲଗା ଅଲଗା ଶିଳ୍ପ କ୍ଷେତ୍ର ପାଇଁ ହେବ ଆଲୋଚନା। ଓଡ଼ିଶାରୁ କେତେ ଆସିବ ପୁଞ୍ଜି, କେତେ ପ୍ରତିଷ୍ଠା ହେବ ଶିଳ୍ପ ତାଉପରେ ଫୋକସ ରହିଛି। ଉତ୍କର୍ଷ ଓଡିଶା କନକ୍ଲେଭ ଯୁଗାନ୍ତକାରୀ ଓ ଐତିହାସିକ ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ। ଓଡିଶାର ପ୍ରତି ଜିଲାକୁ କିପରି ଶିଳ୍ପରେ ଆଗକୁ ନିଆଯିବ ତାହା ପ୍ରାଥମିକତା ରହିଛି। ଓଡ଼ିଶାରୁ ଶିଳ୍ପ ବିପ୍ଲବ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପ୍ରତିଦିନ ୪ଟି ସେସନ ସହ ୧୬ଟି ରିଜିଓନାଲ ସେସନ ରହିଛି। 


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୁଲିସ। ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ବ୍ଲୁ ବୁକ ଅନୁସାରେ ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଭୁବନେଶ୍ୱରରେ ସିକ୍ୟୁରିଟି ପାଇଁ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ପୋଲିସ ଫୋର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସକାଳ ୧୦.୨୫ରୁ ଦିନ ୧୧.୧୦ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ ହସ୍ପିଟାଲ ଛକ, ଏଜି ଛକ- ରାଜଭବବନ ଛକ- ପାଓ୍ୱାର ହାଉସ୍‌ ଛକ-୧୨୦ ବାଟାଲିୟନ ଛକ- ଜୟଦେବ ବିହାର ଛକ-ଜାଭିୟର ଛକ-ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ। ସେହିପରି ଅପରାହ୍ନ ୧୨.୨୦ ମିନିଟ୍‌ରୁ ଅପରାହ୍ନ ୧.୦୫ ପର୍ଯ୍ୟନ୍ତ ନାଲକୋ ଛକ- ଜାଭିୟର ଛକ- ଜୟଦେବ ବିହାର ଛକ- ୧୨୦ ବାଟାଲିୟନ ଛକ- ପାଓ୍ୱାର ହାଉସ୍‌ ଛକ- ରାଜଭବବନ ଛକ- ଏଜି ଛକ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ। ଭୁବନେଶ୍ବରରେ ମୋଦି ଦୁଇ ଘଣ୍ଟା ୨୦ମିନିଟ୍‌ ରହିବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରାଯାଇଛି। ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।