ଭଦ୍ରକ: ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ଘଟଣାକୁ ନେଇ ପ୍ରତିବାଦ ସ୍ୱରୁପ ଆଜି ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଏବଂ ବରପଦା ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତା, ଘାଟ, ଦୋକାନ, ବଜାର ସବୁ ବନ୍ଦ କରିବା ନେଇ ଦାବି କରାଯାଇଛି । ବନ୍ତ ଛକ ସମେତ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ,  ବରପଦା ଇଞ୍ଜିନିୟରିଂ କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବରଖାସ୍ତ କରିବା ସହ କଲେଜ ସୋସାଇଟି ଭଙ୍ଗକରିବା ଦାବି ନେଇ ଏହି ବନ୍ଦ ଡାକରା ଦେଇଛି ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଏବଂ ବରପଦା ବିକାଶ ମଞ୍ଚ । ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, କଲେଜରେ ହୋଇଥିବା ଦୁର୍ନୀତିର ପୁଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ । ଏଥିସହ ଆମକୁ ନ୍ୟାୟ ଦରକାର । ଜିଲ୍ଲା ପ୍ରଶାସନ ବନ୍ଦକୁ ଭଣ୍ଡୁର କରିବାକୁ ଯେଉଁ ପ୍ରୟାସ କରୁଛି ତାହା ନିନ୍ଦନୀୟ ।


ଅନ୍ୟପଟେ, ବନ୍ଦର ପ୍ରଭାବ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଅନେକ ଦୋକାନବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ସନ୍ଧ୍ୟା ୬ଟା ପରେ ପରିସ୍ଥିତି ସ୍ୱଭାବିକ ହେବ ବୋଲି କୁହାଯାଉଛି ।


Also Read- Manipur Earthquake: ସକାଳୁ ସକାଳୁ ଭୂକମ୍ପ ଝଟକା, ଜାଣନ୍ତୁ କେତେ ଥିଲା ତୀବ୍ରତା


Also Read- Budh Uday: ବୁଧଙ୍କ ପ୍ରଭାବରୁ କ୍ଷତିଗ୍ରସ୍ତ ହେବେ ୩ଟି ରାଶି !