Banaka lagi ritual: ଶ୍ରୀମନ୍ଦିରରେ ବନକଲାଗି ନୀତିକୁ (Banaka lagi ritual) ନେଇ ବଢିବାରେ ଲାଗିଛି ବିବାଦ । ନିଳାଦ୍ରୀ ବିଜେର ୨୫ ଦିନ ପରେ ବି ହୋଇପାରିନାହିଁ ମହାପ୍ରଭୁଙ୍କ ବନକଲାଗି ନୀତି । ତେବେ ଆଜି ବନକଲାଗି ନୀତି କରିବା ନେଇ ଦତ୍ତ ମହାପାତ୍ର ନିଯୋଗକୁ (Dutta Mohapatra Nijog) ନିର୍ଦ୍ଦେଶ ଦେଇଛି ମନ୍ଦିର ପ୍ରଶାସନ । ଯଦି ଆଜି ନୀତି କରାନଯାଏ ତାହାଲେ ଦତ୍ତ ମହାପାତ୍ର ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଏକ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ଗତ ଜୁଲାଇ ୧୯ ତାରିଖରେ ଦତ୍ତ ମହାପାତ୍ରଙ୍କୁ ଠାକୁରଙ୍କ ବନକଲାଗି କରିବାକୁ ନିର୍ଦ୍ଦେଶ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । କିନ୍ତୁ ଦତ୍ତ ମହାପାତ୍ର ନିଯୋଗ ଏହି ନିର୍ଦ୍ଦେଶକୁ ଅବମାନନା କରିଥିଲା । ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ନିଯୋଗଙ୍କୁ (Dutta Mohapatra Nijog) କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଚାରି ଦିନ ମଧ୍ଯରେ ଏହାର ଉତ୍ତର ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ଜବାବରେ ନିଯୋଗ ପକ୍ଷରୁ ଦାଖଲ ହୋଇଥିବା ଉତ୍ତର ସନ୍ତୋଷଜନକ ନଥିଲା । ଏହାପରେ ପୁଣିଥରେ ଆଜି ଅର୍ଥାତ୍ ବୁଧବାର ଦିନ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପ୍ରତିବର୍ଷ ନୀଳାଦ୍ରୀ ବିଜେ (Niladri bije) ପରେ ପରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଗୁରୁବାର ଦିନ ବନକଲାଗି ହୋଇ ଆସୁଥିଲେ ବି, ୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ବୁଧବାର ବନକଲାଗି ହୋଇଆସୁଛି । ଇତି ମଧ୍ଯରେ ୫ ବର୍ଷ ବିତିଥିବା ବେଳେ ନୀଳାଦ୍ରୀ ବିଜେ ପରେ କେବେ ବନକଲାଗି ନୀତି ବୁଧବାର ତ କେବେ ଗୁରୁବାର କରାଯାଉଥିଲା । ଏନେଇ ପୂର୍ବରୁ କୌଣସି ବିଭ୍ରାଟ ଦେଖା ଦେଇନଥିଲା ବେଳେ ଏହାକୁ ନେଇ ଚଳିତବର୍ଷ  ବିବାଦ ମୁଣ୍ତ ଟେକିଛି । ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର କହିଛନ୍ତି, ବନକଲାଗି ନୀତି କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଆମକୁ ଅବଗତ କରିବା କଥା । କାରଣ ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିଥାଏ । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଗୁଣ୍ତ କରି ବନକଲାଗି କରିବାକୁ କହିଲେ ଆମେ କିପରି କରିବୁ । ସତ୍ବଲିପିରେ ଗୁରୁବାର ଦିନ ଏହି ନୀତି କରିବା ନେଇ ଉଲ୍ଲେଖ ଥିବାରୁ ତାହାକୁ ଆଧାର କରି ଆମେ ଗୁରୁବାର ଦିନ ବନକଲାଗି ନୀତି କରିବା ନେଇ ଆମେ ଦାବି କରିଆସୁଛୁ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ଚାହୁଁଛି। ଯଦି ବୁଧବାର ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚାହୁଁଛି, ଆମକୁ ଚିଠି କରିବା କଥା। ସେଭଳି କିଛି ଚିଠି କରାଯାଇନି ବୋଲି ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର ଅଭିଯୋଗ କରିଛନ୍ତି ।


Also Read-Draupadi Murmu: ଆଜି କଟକ ଚଣ୍ତୀ ମନ୍ଦିର ଯାଇ ଦର୍ଶନ କରିବେ ରାଷ୍ଟ୍ରପତି, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ


Also Read-Weather Update: ଆଜି ୫ ଜିଲ୍ଲାରେ ଛେଚିବ ବର୍ଷା, ସର୍ତକ କଲା ପାଣିପାଗ ବିଭାଗ


ସେପଟେ ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ, ମହାପ୍ରଭୁଙ୍କ ବନକଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହୋଇଆସୁଛି। ଏ ବର୍ଷ ରଥଯାତ୍ରା ପରେ ଜୁଲାଇ ୧୨ ବୁଧବାର ଦିନ ବନକଲାଗି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତଥାପି ଦତ୍ତ ମହାପାତ୍ର ସେବକ ବନକଲାଗି ନ କରିବାରୁ ଗତ ଜୁଲାଇ ୧୮ ତାରିଖରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ବରିଷ୍ଠ ସେବକମାନଙ୍କ ସହ ଦତ୍ତମହାପାତ୍ର ନିଯୋଗ ଉପସ୍ଥିତ ଥିଲେ। ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ବୁଧବାର ବନକଲାଗି ପାଇଁ ପ୍ରକୃଷ୍ଟ ଦିନ। ତେଣୁ ଜୁଲାଇ ୧୯ ତାରିଖ ବୁଧବାର ଦିନ ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ଆଗୁଆ ଅବଗତ କରାଯାଇଥିଲା। କିନ୍ତୁ ଦତ୍ତମହାପାତ୍ର ନିଯୋଗ ବନକଲାଗି କରିନଥିଲେ। 


Also Read- Horoscope Today July 26 2023: ୪ ରାଶିଙ୍କ ଲାଗି ବଢିପାରେ ସମସ୍ୟା! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ