Puri Srimandir: କାର୍ତ୍ତକ ମାସ ପାଇଁ ଶ୍ରୀମନ୍ଦିରେ (Puri Srimandir)ଭକ୍ତଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି । ଆଉ ଦୁଇ ଦିନ ପରେ ଶେଷ ହେବ ଏହି ପବିତ୍ର ମାସ। କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର (Jagannath Temple Ratna Bhandar) ହେବ ଲେଜର ସ୍କାନିଂ (Laser scanning)। ଚଳିତ ମାସ ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ (Jagannath Temple administration) ଏଭଳି ନିଷ୍ପତ୍ତି ନେଇଛି। 


COMMERCIAL BREAK
SCROLL TO CONTINUE READING

Also Read: Mumbai Attack 15 Years: ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ, ଫଟୋରେ ଦେଖନ୍ତୁ ସେଦିନର କିଛି ଭୟଙ୍କର ଚିତ୍ର


ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ଯେ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଦ୍ୱାରା ଲେଜର ସ୍କାନିଂ କରାଯିବ। ଏନେଇ ଏଏସ୍ଆଇ ପକ୍ଷରୁ ଆବଶ୍ୟକ ଯନ୍ତ୍ରପାତି କିଣା ସରିଛି ଏବଂ ଭିଡ଼ କମିବା ପରେ ସ୍କାନିଂ ପାଇଁ ସମୟ ନିର୍ଘଣ୍ଟ କରାଯିବ ବୋଲି ସେ କହିଛନ୍ତି।  ଏହି ଲେଜର ସ୍କାନିଂ (Laser scanning) ଦ୍ୱାରା ରତ୍ନଭଣ୍ଡାରର (Jagannath Temple Ratna Bhandar) ବାହାର କାନ୍ଥରେ କୌଣସି ଫାଟ ବା ଗଠନଗତ ସମସ୍ୟା ଚିହ୍ନଟ ହୋଇପାରିବ। ଆବଶ୍ୟକ ପଡ଼ିଲେ ଭିତର କାନ୍ଥ ଓ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିରର ଗୁଡିକର ମଧ୍ୟ ସ୍କାନ୍ କରାଯିବ ବୋଲି ଜଣାପଡିଛି। ସ୍କାନିଂ ସମୟରେ ଏଏସ୍ଆଇ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଏସଜେଟିଏ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।


ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ଏସଜେଟିଏମସି) ରତ୍ନଭଣ୍ଡାରରେ ଥିବା ଫାଟକୁ ଦୂର କରିବା ପାଇଁ ଚାଲିଥିବା ପୁନରୁଦ୍ଧାର ଉଦ୍ୟମର ଅଂଶବିଶେଷ ସ୍ୱରୂପ ନଭେମ୍ବର ୩ରେ ଲେଜର ସ୍କାନିଙ୍କୁ ଅନୁମୋଦନ ମିଳିଥିଲା। (ASI superintendent) ଏଏସ୍ଆଇର ସୁପରିଟେଣ୍ଡେଣ୍ଟ ଡି ବି ଗଡ଼ନାୟକ କହିଥିଲେ ଯେ କାନ୍ଥରେ କୌଣସି ପ୍ରକାରର ଫାଟ ଥିଲେ ତାହାକୁ ଠିକ୍ ଭାବେ ଠାବ କରିବା ପାଇଁ ପର୍ଯ୍ୟାୟ କ୍ରମେ ଲେଜର ସ୍କାନିଂ କରାଯିବ। ଆବଶ୍ୟକ ମରାମତି ପାଇଁ ଯୋଜନା କରିବା ଏବଂ ରତ୍ନଭଣ୍ଡାରର ଢାଞ୍ଚାଗତ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।


ସେପଟେ, ଆଜି ପଞ୍ଚୁକର ତୃତୀୟ ଦିନ ।  ଶ୍ରୀମନ୍ଦିରରେ ଚିତାକର୍ଷକ ଲଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସକାଳେ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ଲଷ୍ମୀ ନୃସିଂହ ବେଶରେ ସଜ୍ଜିତ କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଦାରୁଦେବତାଙ୍କୁ ପ୍ରଥମେ ଦର୍ଶନ କରିଥିଲେ, ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ। ସେହି ସ୍ମୃତିରେ ମହାକାର୍ତ୍ତିକ ପଞ୍ଚୁକର ଚର୍ତୁଦ୍ଦଶୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଏହି ବେଶ ଅନୁଷ୍ଠିତ ହୋଇ ଆସୁଅଛି। ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ , ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।