Puri News: ଆଜି ଗୁରୁବାର ମହାପ୍ରଭୁଙ୍କ ର ଶ୍ରୀମନ୍ଦିରରେ ନିକୁଞ୍ଜ ଲୀଳା ଅନୁଷ୍ଠିତ ହେବ।ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠୁ ଶ୍ରୀମନ୍ଦିରରେ ଚାଲି ଆସୁଥିବା ଶ୍ରୀକୃଷ୍ଣ ଲୀଳା କ୍ରମରେ ଆଜି ସନ୍ଧ୍ୟା ଧୂପ ପରେ ଏହି ସ୍ୱତନ୍ତ୍ର ନିକୁଞ୍ଜ ଲୀଳା ବିଧି ପାଳନ କରାଯିବ।ଆଜି ଭାଦ୍ରବ ଶୁକ୍ଳ ଦ୍ୱିତୀୟା ତିଥିରେ ରାମକୃଷ୍ଣ ନାଟ ମଣ୍ଡପରେ  ବିଜେ ହେବା ପରେ ହରଚଣ୍ଡୀ ସାହି ଲୋକେ ଏହି ସ୍ୱତନ୍ତ୍ର ନିକୁଞ୍ଜ ଲୀଳା ପ୍ରସ୍ତାବ କରିବେ।ତେବେ ପୌରାଣିକ କଥାବସ୍ତୁ ଅନୁଯାୟୀ ଶ୍ରୀକୃଷ୍ଣ କିଶୋର ଅବସ୍ଥାରେ ଗୋପଲୀଳା କରୁଥିବା ବେଳେ ଗୋପୀଙ୍କ ଭିତରେ କଂସ ଦ୍ୱାରା ପ୍ରେରିତ ଜଣେ ରାକ୍ଷସୀ ମାୟା କରି ଶ୍ରୀକୃଷ୍ଣଙ୍କୁ ମୋହିତ କରି ହରଣ ପାଇଁ ଚେଷ୍ଟା କରିଥିଲେ। ତେବେ ଶ୍ରୀକୃଷ୍ଣ ଏହା ଜାଣି ପାରି ଗୋପୀରୂପୀ ରାକ୍ଷସୀଙ୍କୁ ବଶୀଭୂତ କରି ବିଦା କରିଦେଇଥିଲେ।ଯାହାକୁ ଶ୍ରୀକୃଷ୍ଣଙ୍କ ନିକୁଞ୍ଜ ଲୀଳା ରୂପେ ବିବେଚନା କରାଯାଏ।ଗତକାଲି ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଥିଲା।