Sunia Utsav: ଆଜି ହେଉଛି ପବିତ୍ର ସୁନିଆ ଉତ୍ସବ (Sunia Utsav) । ଆଜିଠାରୁ ଗଜପତି ମହାରାଜ (Gajapati Maharaja) ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୧ ସାଲ ୬୭ ଅଙ୍କର ପ୍ରବେଶ। ଏହି ଅବସରରେ ମଙ୍ଗଳବାର ଦିନ ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର (Gajapati Maharaja Dibyasingha Deb) ୬୭ ଅଙ୍କ ଆରମ୍ଭ ହେବ । ଜାତକ ଓ ପାଞ୍ଜି ଅଙ୍କ ଗଣନାର ରହିଛି ବିଶେଷ ମହତ୍ୱ। ଏହି ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଅ । ଶ୍ୟାମାକାଳୀ,କନକ ଦୁର୍ଗା, ରାଧାକୃଷ୍ଣ, ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ‘ଦେବାର୍ଚ୍ଚନା’ ବୋଲି କୁହାଯାଏ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ଲକ୍ଷ୍ମୀ ନୃସିଂହ ଓ ବରାହ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ଆଜି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି (Bamana janma niti) ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ଵିଧି ଅନୁଷ୍ଠିତ ହେବ । ସଡ଼ ଜୟନ୍ତୀମାନଙ୍କ ମଧ୍ୟରୁ ବାମନ ଜନ୍ମ ଅନ୍ୟତମ ହୋଇଥିବାରୁ ଗତକାଲି ରାତିରେ ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ଅଧିବାସ ହୋଇଥିଲା । ସୋମବାର ଦିନ ମହାପ୍ରଭୁଙ୍କ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ସମ୍ପର୍ଣ୍ଣ ହୋଇଥିଲା। ଆଜି ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ନୀତି ରହିଛି।


ଗତକାଲି ନୀତି ବିଳମ୍ବ ଯୋଗୁଁ ଆଜି ସକାଳ ପ୍ରାୟ ୫ଟା ପରେ ମହାପ୍ରଭୁ ପହୁଡ଼ ହୋଇଥିଲେ। ଗତକାଲି ପହୁଡ଼ ହୋଇନପାରିବା ଯୋଗୁଁ ମହାପ୍ରଭୁ ରାତି ଉଜାଗର ରହିଥିଲେ। ମହାପ୍ରଭୁ ସକାଳେ ପହୁଡ଼ ଯୋଗୁଁ ଦର୍ଶନରେ ମଧ୍ୟ ଅହେତୁକ ବିଳମ୍ବ ହୋଇଥିଲା। ସକାଳ ୭ଟା ୫୨ ମିନିଟ୍ ରେ ସିଂହଦ୍ଵାର ଫିଟିଥିବା ବେଳେ ପ୍ରାୟ ୮ଟା ପରେ ଦର୍ଶନ ଆରମ୍ଭ ହୋଇଥିଲା। ନୀତିକାନ୍ତି ବିଶୃଙ୍ଖଳା ଯୋଗୁଁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଗତକାଲିର ରାତି ପହୁଡ଼ ଆଜି ଦିନରେ ହେବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠିଛି । ସେପଟେ ବାମନ ଜନ୍ମ ନୀତି ପାଇଁ ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମ ନୀତି ସରିବା ପରେ ପୁନର୍ବାର ଦର୍ଶନ ଚାଲୁ ରହିବ ବୋଲି ଜଣାପଡିଛି।


Also Read-Weather: ୮ ଦିନ ବିଳମ୍ବରେ ଆରମ୍ଭ ହେଲା ମୌସୁମୀ ଅପସାରଣ ପ୍ରକ୍ରିୟା