Odisha News: ନବନିର୍ମାଣ କୃଷକ ସଂଗଠନ ତରଫରୁ କେନ୍ଦୁଝର ସହରର କାଳୀ ପଡିଆ ଠାରେ ସିଂହାସନ ଖାଲି କର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନେ ଏକ ବିରାଟ ରାଲିରେ ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦୁଝର ସହର ବିଭିନ୍ନ ଛକ ଦେଇ କାଳୀ ପଡିଆ ଠାରେ ଅନୁଷ୍ଠିତ ସମାବେଶ ସ୍ଥଳରେ ପହଞ୍ଚି ଥିଲେ। ଏହି ସମାବେଶ ରେ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ସଭାପତିତ୍ଵ କରିଥିବା ବେଳେ ଇନ୍ଦ୍ରମଣି ବିଶ୍ଵାଳ ସଭା ପରିଚାଳନା କରିଥିଲେ।



COMMERCIAL BREAK
SCROLL TO CONTINUE READING

ଏହି ସମାବେଶରେ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ଯୋଗ ଦେଇ କହିଲେ ସ୍ଵାଧୀନତା ର ୭୭ ବର୍ଷ ଭିତରେ ଖଣି ପାଣିରେ ଭରପୁର ଥିବା ଆଦିବାସୀ ବହୁଳ ଅଞ୍ଚଳ କେନ୍ଦୁଝର ବିକଶିତ ହେବା ପରିବର୍ତ୍ତେ ଚାଷୀ ଓ ଆଦିବାସୀ ତଳକୁ ତଳ ଖସି ଚାଲିଛନ୍ତି। ବିଗତ ୧୪ ବର୍ଷ ଧରି ନବନିର୍ମାଣ କୃଷକ ସଂଗଠନ ଚାଷୀ କୁ ମାସିକ ପେନସନ ୫୦୦୦, ଧାନ କ୍ୟୁଣ୍ଟାଲ ୫୦୦୦,ଚାଷୀ କୁ ସମ୍ମାନ, ଚାଷୀ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ କରିବା ପାଇଁ ଲଢେଇ ଜାରି ରଖିଛୁ କିନ୍ତୁ ରାଜ୍ଯ ସରକାର ୨୫ ବର୍ଷ ମଧ୍ୟରେ ଚାଷୀ ମାନଙ୍କୁ ଭୁବନେଶ୍ଵର ରେ ପୁରେଇ ଦେଉନଥିବା ଅଭିଯୋଗ ଆଣିଲା ନବନିର୍ମାଣ କୃଷକ ସଂଗଠନ।