Rashtriya Lok Adalat 9 December 2023: ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ କରାଯିବ। ଡିସେମ୍ବର ୯ ତାରିଖରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧfକରଣ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ହାଇକୋର୍ଟ ଆଇନ ସେବା କମିଟି ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଜାତୀୟ ଲୋକ ଅଦାଲତ ଆୟୋଜନ କରିବା ସମ୍ପର୍କରେ ଦର୍ଶାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ଜାତୀୟ ଲୋକ ଅଦାଲତରେ ମୁଖ୍ୟତଃ ୧୦ ପ୍ରକାର ମାମଲାକୁ ବିଚାର କରାଯାଇ ସେହି ସ୍ଥାନରେ ନିଷ୍ପତ୍ତି ଶୁଣାଇବାର ବ୍ୟବସ୍ଥା କରାଯାଇଛି। ତାହା ହେଉଛି ପ୍ରଥମତଃ ବଢୁଥିବା ଅପରାଧିକ ମାମଲା, ବ୍ୟାଙ୍କ ମାମଲା, ବିଜୁଳି, ପାଣି କଳ ବିଲ, ବିବାହ ମାମଲା, ଜମି ଅଧିଗ୍ରହଣ, ଜିଲ୍ଲା ଏବଂ ହାଇକୋର୍ଟ ଠାରେ ଦୀର୍ଘଦିନ ହେଲା ପଡ଼ି ରହିଥିବା ରାଜସ୍ୱ ମାମଲା, ମଟର ଗାଡ଼ି ଦୁର୍ଘଟଣା ମାମଲା, ଚାକିରି ସମ୍ବନ୍ଧିତ ଅଭିଯୋଗ ଏବଂ ବିଭିନ୍ନ ଦେୱାନୀ ମାମଲା। ଯେଉଁ ଓକିଲ ସେମାନଙ୍କ ମାମଲାକୁ ଲୋକ ଅଦାଲତ ମାଧ୍ୟମରେ ଉପସ୍ଥାପନ କରି ତାହାର ତୁରନ୍ତ ସମାଧାନ ଚାହୁଁଛନ୍ତି ସେମାନଙ୍କୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଆବେ