Rath Yatra 2023: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଞ୍ଚଚଳ ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତକୁ ପାଖରୁ ଦର୍ଶନ ଲାଗି କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପ୍ରଥମେ ସୁଦର୍ଶନଙ୍କ ପହଣ୍ତି ପରେ ବଡ଼ ଭାଇ ପ୍ରଭୁ ବଳଭଦ୍ର, ତାପରେ ଦେବୀ ସୁଭଦ୍ରା  ଓ ଶେଷରେ ଜଗଥର ନ୍ନାଥ ଜଗନ୍ନାଥଙ୍କ ପହଣ୍ତି ହୋଇଛି । ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ତ । ସେପଟେ ପବିତ୍ର ଘୋଷଯାତ୍ରା ଅବସରେ ରାଷ୍ଟ୍ରପତି ଦୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ସମସ୍ତ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।



COMMERCIAL BREAK
SCROLL TO CONTINUE READING

 


ପବିତ୍ର ରଥଯାତ୍ରା ନେଇ ରାଷ୍ଟ୍ରପତି ଦୌପତୀ ମୁର୍ମୁ (Draupadi Murmu) ଟ୍ବିଟ କରି ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭକ୍ତି ଓ ସମର୍ପଣର ଏ ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ଜୟ ଜଗନ୍ନାଥ !



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଟ୍ବିଟ କରି ଲେଖିଛନ୍ତି ଯେ, ରଥଯାତ୍ରା ଲାଗି ସମସ୍ତଙ୍କୁ ଶୁଭେଚ୍ଛା । ଆମେ ଏହି ପବିତ୍ର ଉତ୍ସବ ପାଳନ କରିଥାଉ, ପ୍ରଭୁ ଜଗନ୍ନାଥଙ୍କ ଏହି ଈଶ୍ବରୀୟ ଯାତ୍ରା ଆମ ଜୀବନକୁ ସ୍ବାସ୍ଥ୍ୟ, ସୁଖ ଓ ଆଧ୍ଯାତ୍ମିକ ସମୃଦ୍ଧରେ ପରିପୂର୍ଣ୍ଣ କରେ ।



ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଲେଖିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ । ଜୟ ଜଗନ୍ନାଥ ।



ରଥଯାତ୍ରା ଅବସରରେ ରାଜ୍ୟପାଳ ବିଶ୍ବର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଯାଇଛନ୍ତି ।ଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ତରଣ ଓ ଅଧ୍ୟାତମ ଅନୁସରଣର ମାର୍ଗ । ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାନରେ ସହାୟକ ହେଉ ବୋଲି ସେ ଶ୍ରୀଜିଉଙ୍କୁ ପ୍ରାର୍ଥନା କରିଛନ୍ତି ।


 



ସେହିଭଳି କେନ୍ଦ୍ରମନ୍ତ୍ରୀ (Dharmendra Pradhan) ମଧ୍ଯ ରଥଯାତ୍ରା ନେଇ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ।