କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମାଡ଼ଗୋଳ ଘଟଣାରେ ୩ ବିଜେଡଡି ନେତାଙ୍କ ନାଁରେ ମାମଲା। ବ୍ୟୋମକେଶ, ଲେଲିନ ଓ ବବି ଖାନଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ରେଭେନ୍ସା ଛାତ୍ରଙ୍କୁ ମଶାଲ ଶୋଭାଯାତ୍ରା ବେଳେ ମାଡ ମାରିବା ଧମକଚମକ ଦେବା ସହ ଗାଳିଗୁଲଜ କରିଥିବା ନେଇ କଟକ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରମାନେ। 


COMMERCIAL BREAK
SCROLL TO CONTINUE READING

ବିଜେଡି ପ୍ରତିକ୍ରିୟା ରଖିଛି ଯେ, ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି। ବିଜେଡି ଏହାକୁ ନିନ୍ଦା କରୁଛି। ବିରୋଧ ଶାନ୍ତି ପୂର୍ଣ୍ଣ ଥିଲା। ଯେଉଁଥିରେ ଆଲୁମନି ଓ ପୂର୍ବତନ ଛାତ୍ର ସାମିଲ ହୋଇଥିଲେ। ଅହିଂସା ଓ ଶୃଙ୍ଖଳିତ ଭାବେ ଶୋଭାଯାତ୍ରା କରାଯାଇଥିଲା । କିନ୍ତୁ ବିଜେଡି ନେତାଙ୍କୁ ଟାର୍ଗେଟ୍ କରାଯାଇଛି। ଏହା ବିଭ୍ରାନ୍ତିକର ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି କହିଛି।