ଜଗସିଂହପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ୫୦୦୦ ଟଙ୍କା ଲାଞ୍ଚ ମାଗି ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଛି। ଏକ ଜମି ପଟା ମ୍ୟୁଟେସନ କେସକୁ ଜଣଙ୍କ ପକ୍ଷରେ କରାଇ ଦେବା ଲାଗି ଲାଞ୍ଚ ନେଉଥିଲେ। 


COMMERCIAL BREAK
SCROLL TO CONTINUE READING

ଜମି ପଟା ମ୍ୟୁଟେସନ କାମ କରାଇ ଦେବା ପାଇଁ ବିଭୁଦତ୍ତ ଲାଞ୍ଚ ମାଗୁଥିବା ଅଭିଯୋଗ ପୂର୍ବରୁ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ଜାଲ ବିଛାଇ ଥିଲା। ଲାଞ୍ଚ ନେବା ସମୟରେ ବିଭୁଦତଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା। ଘଟଣାରେ କଟକ ଭିଜିଲାନ୍ସ ପାଖରେ ଏକ ମାମଲା ରୁଜୁ କରାଯାଇ ବିଭୁଦତଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଥିବା ସନ୍ଦେହ କରି ଦୁଇଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଆୟବର୍ହିଭୂତ ସମ୍ପତି ଠାବ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।