ଗଞ୍ଜାମ: ଭିଜିଲାନ୍ସ ଜାଲରେ ଆରଆଇ, ଏଆରଆଇ। ଉଭୟଙ୍କୁ ଲାଞ୍ଚ ନେବା ଭାରି ପଡ଼ିଛି। ଉଭୟଙ୍କୁ ଯୋଜନା ବଦ୍ଧ ଭାବେ ରେଡ୍ ହ୍ୟାଣ୍ଡେରେ ଧରିପକାଇଛି ଭିଜିଲାନ୍ସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପୋଡାମାରି ତହସିଲର ରାଜସ୍ବ ନିରୀକ୍ଷକ (ଆରଆଇ) ଆଦିତ୍ୟ କୁମାର ସେନାପତି ଏବଂ ଆସିଷ୍ଟାଣ୍ଟ ରାଜସ୍ବ ନିରୀକ୍ଷକ(ଏଆରଆଇ) ଟିଟୁ ସେଠିଙ୍କୁ ଲାଞ୍ଚ ନେବା ବେଳେ ବାନ୍ଧିଛି ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ ଆରଆଇ ଓ ଏଆରଆଇଙ୍କୁ ମାଡି ବସିଛି ଭିଜିଲାନ୍ସ। 


COMMERCIAL BREAK
SCROLL TO CONTINUE READING

ତେବେ ଆଜି ସକାଳୁ ଘରବାଡ଼ି ପଟା କରିଦେବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୧୦ହଜାର ମାଗିଥିଲେ। ହେଲେ ବ୍ୟକ୍ତି ଜଣଙ୍କ ୫ହଜାର ଦେବା ପାଇଁ ରାଜି ହୋଇଥିଲେ। ବ୍ୟକ୍ତି ଜଣଙ୍କ ଘଟଣା ସଂପର୍କରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇ ଦେଇଥିଲେ। ଆଉ ଯୋଜନା ବଧ ଭାବେ ବ୍ୟକ୍ତି ଜଣଙ୍କ ଉଭୟ ଆରଆଇ ଓ ଏଆରଆଇଙ୍କୁ ଟଙ୍କା ଦେବା ପାଇଁ ବସଷ୍ଟାଣ୍ଡକୁ ଡାକିଥିଲେ। ବସଷ୍ଟାଣ୍ଡରେ ଟଙ୍କା ଲାଞ୍ଚ ନେଉଥିବେ ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଉଭୟଙ୍କୁ ମାଡି ବସିଥିଲା। ଉଭୟଙ୍କ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।