Ganjam Tractor Accident Today: ଟ୍ରାକ୍ଟର ଓଲଟି ପଡ଼ିବାରୁ ୨ ଜଣ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏକ ଦଳୀୟ ସମ୍ମିଳନୀକୁ ଯାତ୍ରା କରୁଥିବା ବେଳେ ଘଟିଯାଇଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରାକ୍ଟର ଓଲଟି ଯାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୭ ଜଣ ଆହତ ହୋଇଥିବାର ଜଣାପଡିଛି। ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତ ତାଳଗୁରାଣ୍ଡି ଗ୍ରାମ ନିକଟରେ ମଙ୍ଗଳବାର ଏଭଳି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଟ୍ରାକ୍ଟର ଦୁର୍ଘଟଣାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଚୟ ମିଳିସାରିଛି। ସେମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଗୁଡିପଦର ନିକଟସ୍ଥ କୁସମାଲା ଗ୍ରାମର ଜଗନ୍ନାଥ ଭୂୟାଁ (୪୫) ଏବଂ ଡେରା ଶବର (୫୫)। ଏନେଇ ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ଗ୍ରାମର ପ୍ରାୟ ୩୧ ଜଣ ପୁରୁଷ ଏବଂ ମହିଳା ଏକ ଟ୍ରାକ୍ଟର ଯୋଗେ ଚିକିଟି ବ୍ଲକ୍‌ ଠାରେ ଆୟୋଜିତ ହେଉଥିବା ଏକ ରାଜନୀତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। 


ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ଥାନା ଅନ୍ତର୍ଗତ ତାଳଗୁରାଣ୍ଡି ନିକଟରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାହା ଫଳରେ ଘଟଣାସ୍ଥଳରେ ଜଗନ୍ନାଥ ଭୂୟାଁ ଏବଂ ଡେରା ଶବରଙ୍କ ମୃତ୍ୟୁ ହୋଇଥିଲା।  ଅନ୍ୟପଟେ ୧୭ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଆହତ ହୋଇଥିବା ଜଣ ବ୍ୟକ୍ତିଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ୨ ଜଣ ଅବସ୍ଥା ଅତି ଗୁରୁତର ରହିଛି। ଆହତଙ୍କୁ ଆନ୍ଧ୍ର ପ୍ରଦେଶରେ କାଞ୍ଚିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 


ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଭୟ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣା ଆନ୍ଧ୍ର ପ୍ରଦେଶର କାଞ୍ଚିଲି ଅଞ୍ଚଳରେ ଘଟିଥିବାର ଜଣାପଡ଼ିବା ପରେ ସ୍ଥାନୀୟ ପୁଲିସ୍ ଏହାର ତଦନ୍ତ କରୁଥିବା ଜଣାପଡିଛି। ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଲାସା ସ୍ଥିତ ହରିପୁର ପଠାଇଛି।