ବୌଦ୍ଧ: ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ତମ ଜାତୀୟ ରାଜପଥର ସରସରା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସରସରା ଗାଁର ସୁମନ୍ତ ମହାକୁଡ଼। ଅନ୍ୟପଟେ ମୃତ୍ୟୁକୁ ନେଇ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଖବର ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସରସରା ଗାଁର ସୁମନ୍ତ ମହାକୁଡ ଶୌଚ ପାଇଁ ଆସି ରାସ୍ତା ପାର୍‌ ହୋଇ ଘରକୁ ଫେରୁଥିବା ସମୟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସକାଳ ସମୟରେ ଗାଁର କିଛି ଲୋକ ଶୌଚ ପାଇଁ ଆସିଥିବାବେଳେ ଦେଖି ପରିବାର ଓ ଗାଁ ଲୋକଙ୍କୁ ଖବର ଦେବା ପରେ ଗ୍ରାମର ଅଧିକାଂଶ ଲୋକ ଆସି କ୍ଷତି ପୂରଣ ଦାବିରେ ଖୋର୍ଦ୍ଧା ବଲାଙ୍ଗୀର ୫୭ତମ ଜାତୀୟ ରାଜପଥ ସରସରା ନିକଟରେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ବୌଦ୍ଧ ପୁଲିସ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଲୋକକ୍ନୁ ବୁଝାସୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।