Odisha News: ଗାଁ କୁ ଭଲ ରାସ୍ତା ଖଣ୍ଡିଏ ଆଜି ପର୍ଯ୍ୟନ୍ତ ହୋଇ ପାରୁନଥିବା ହେତୁ ସ୍ବାଧିନତାର ସ୍ବାଦ ଚାଖି ନାହାଁନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ମୌଳିକ ସୁବିଧା ରୁ ବଞ୍ଚିତ। ଏମାନେ ମଣିଷ ହେଲେ ବି ବନ୍ୟ ଜୀବଜନ୍ତୁଙ୍କ ସହ ଜଙ୍ଗଲର ପଶୁ ଭଳି ଗାଁ ରେ ବସବାସ କରୁଛନ୍ତି। ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ରହିଥିବା ମୋହନା ବ୍ଲକ ଅନ୍ତର୍ଗତ ଗୁରଝଳି ପଞ୍ଚାୟତର ଲାଞ୍ଜେରୀ ଓ ଗାଡ଼ଗୋଠ ଗାଁ। ପଞ୍ଚାୟତ ରେ ବସବାସ କରୁଥିବା ୮ ଓ ୯ ନମ୍ବର ୱାର୍ଡ କୁ ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇପାରିନି ସଦର ମହକୁମା ବ୍ଲକ କାର୍ଯ୍ୟାଳୟକୁ ଗମନା ଗମନର ମାଧ୍ୟମ କହିଲେ କେବଳ ଚଲାବାଟ । ଫଳରେ ୬ କିଲୋମିଟର ଦୂର ପାହାଡ଼ିଆ ପଥୁରିଆ ରାସ୍ତାରେ ଯିବା ଆସିବା କରୁଛନ୍ତି ଗ୍ରାମବାସୀ ।


COMMERCIAL BREAK
SCROLL TO CONTINUE READING

ଭଲ ରାସ୍ତା ନଥିବା ହେତୁ ଗାଁ କୁ ଜରୁରୀ କାଳୀନ କ୍ଷେତ୍ରରେ ଏମ୍ବୁଲେନ୍ସ ଟିଏ ମଧ୍ୟ ଆସିପାରୁନାହିଁ। ୬ କିଲୋମିଟର ପାହାଡ଼ିଆ ରାସ୍ତାରେ ଭାର କରି ଯିବା ପରେ ସାରମା ଛକରୁ ରୋଗୀଙ୍କୁ ମେଡିକାଲ୍ ନେବାକୁ ପଡୁଛି । ଗାଁ ରେ ଅଧିକାଂଶ ଘର ଟିଣ ଛପର ହୋଇ ରହିଛି। ସରକାର ଆବାସ ଯୋଜନା ରେ ଘର ଯୋଗାଇଦେଉଥିଲେ ମଧ୍ୟ ରାସ୍ତା ନଥିବା ହେତୁ ପକ୍କା ଘର ଖଣ୍ଡିଏ କରିପାରୁ ନାହାଁନ୍ତି ହିତାଧିକାରୀ। ଏହି ଦୁଇ ୱାର୍ଡ ରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ଜନସଂଖ୍ୟା ରହିଥିବା ବେଳେ ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡେ ହୋଇ ପାରିନି। ତେବେ ଉକ୍ତ ସମସ୍ୟାକୁ ନେଇ ବାରମ୍ୱାର ବ୍ଲକ୍ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବହୁ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରି ଆସୁଛନ୍ତି ଅଞ୍ଚଳବାସୀ କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ।


ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଭୋଟ ହାତେଇବାକୁ ଅନେକ ନେତାଙ୍କ ସୁଅ ଛୁଟିବ , ସେତେବେଳେ ଗାଁକୁ ପ୍ରବେଶ ନ କରେଇଦେବାକୁ ସ୍ଥିର କରିଛନ୍ତି। ଅଭିମାନରେ ଏଭଳି ପନ୍ଥା ଆପଣେଇବାକୁ ବାଧ୍ୟ ବୋଲି କହିଛନ୍ତି ଦୁଇ ଗ୍ରାମବାସୀ। ନିର୍ବାଚନ ପୁର୍ବରୁ ଏହି ଦୁଇ ଗ୍ରାମକୁ ରାସ୍ତା ନିର୍ମାଣ ତୁରନ୍ତ କରିବାକୁ ଦାବି କରିଛନ୍ତି ଦୁଇ ୱାର୍ଡ ବାସିନ୍ଦା । ଆଗାମୀ ସଧାରଣ ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି । ନିର୍ବାଚନ ପୁର୍ବରୁ ରାସ୍ତା ନିର୍ମାଣ ନ ହୁଏ ତେବେ ସମୂହ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏ ନେଇ ବ୍ଲକ୍ ଅଧକ୍ଷ ରଞ୍ଜୀବ ଶବର ଙ୍କୁ ପଚାରିବାରେ ଉକ୍ତ ଗାଁ କୁ ଯାଇ ସମସ୍ୟା ଉପରେ ଆଲୋଚନା କରିବେ ଏବଂ କିଭଳି ରାସ୍ତା ନିର୍ମାଣ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯିବ କହିଛନ୍ତି।