କଟକ: ପିଲାଟିଏ ଜନ୍ମହେବା ପୂର୍ବରୁ, ଜନ୍ମ ସମୟରେ ଏବଂ ଜନ୍ମ ପରେ ପ୍ରସୂତି ଏବଂ ନବଜାତକମାନଙ୍କ ଉତ୍ତମ ତଥା ସୁରକ୍ଷିତ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଜରୁରୀ । ଏହା ହିଁ ଏକ ଉତ୍ତମ ମାତୃତ୍ୱ ହୋଇଥାଏ । ଉତ୍ତମ ମାତୃତ୍ୱ ଗର୍ଭାବସ୍ଥା ଏବଂ ପ୍ରସବ ସମ୍ବନ୍ଧୀୟ ଜଟିଳତା ସହ ଜଡ଼ିତ ବିପଦକୁ କମ୍ କରିବା ସହ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଏ । ଦାରିଦ୍ର୍ୟ, ଅପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ଓ ସାଂସ୍କୃତିକ ପ୍ରତିବନ୍ଧକ ଭଳି କାରଣଗୁଡ଼ିକୁ ଗୁରୁତ୍ୱ ଦେଇ ଏହାର ନିବାରଣ ସାଙ୍ଗକୁ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟରେ ସୁଧାର ଆଣିବାକୁ ଏହା ଉଦ୍ୟମ କରିଥାଏ । ମହିଳାମାନଙ୍କୁ ବିକଳ୍ପ ବାଛିବା ପାଇଁ, ସମ୍ମାନଜନକ ସ୍ୱାସ୍ଥ୍ୟସେବା ପାଇଁ ଏବଂ ସୁରୁଖୁରୁରେ ପ୍ରସବ ନିମନ୍ତେ ସଚେତନ କରିବାକୁ ସୁରକ୍ଷିତ ମାତୃତ୍ୱ ଦିବସ ପାଳିତ ହୋଇଥାଏ ।


COMMERCIAL BREAK
SCROLL TO CONTINUE READING

ଏହି ପରିପ୍ରେକ୍ଷୀରେ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ରୋଟାରାକ୍ଟ କ୍ଲବର ମିଳିତ ଆନୁକୁଲ୍ୟରେ ସୁରକ୍ଷିତ ମାତୃତ୍ୱ ଦିବସକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଡା. ଦେବାଶିଷ ଶତପଥୀଙ୍କ ନେତୃତ୍ୱରେ ମାତୃତ୍ୱକୁ ସୁରକ୍ଷିତ ଓ ଗୁଣବତ୍ତାଯୁକ୍ତ କରିବାକୁ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଉଭୟ ନବଜା ଶିଶୁ ଓ ପ୍ରସୂତିଙ୍କ ସୁରକ୍ଷିତ ସ୍ୱାସ୍ଥ୍ୟ ଉପରେ ଚର୍ଚ୍ଚା ହୋଇଥିଲା । ଡା. ଶତପଥୀ କହିଥିଲେ, ‘ଏହିପରି କାର୍ଯ୍ୟକ୍ରମ ଦ୍ୱାରା ମହିଳାମାନଙ୍କୁ ସଚେତନ କରିବା ସହ ଗର୍ଭାବସ୍ଥା ଓ ପିଲାଜନ୍ମ ସମୟର ସମସ୍ତ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇପାରିବ ।’


ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରଥମରୁ ହିଁ ଶିକ୍ଷା, ଅନୁସନ୍ଧାନ ଓ ସାମୂହିକ ସହଯୋଗ ଦ୍ୱାରା ସ୍ୱାସ୍ଥ୍ୟ ସମ୍ପନ୍ଧୀୟ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ପ୍ରତିଶ୍ରିତିବଦ୍ଧ ରହି ଆସିଛି ।


Also Read- ପୁରୀ ଯାଉଛନ୍ତି କି ? ବୁଧବାର ସନ୍ଧ୍ୟା ୬ରୁ ଜଗା ଦର୍ଶନ ବନ୍ଦ !


Also Read- Rashifal 8 May 2024: ବୁଧବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ